Get Updates
Get notified of breaking news, exclusive insights, and must-see stories!

ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କହିଲେ....

ମୁମ୍ୱାଇ : ପଡ଼ୋଶୀ ଦେଶ ପାକିସ୍ତାନର ପରିସ୍ଥିତି ଉପରେ କଟାକ୍ଷ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।ମୁମ୍ୱାଇରେ ଆୟୋଜିତ ୧୯ତମ ନାନି ଏ.ପି .ପାଲଖିୱାଲା ସ୍ମୃତି ବ୍ୟାଖ୍ୟାନ ବେଳେ ବିଦେଶୀ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ କଡ଼ା ଶବ୍ଦରେ ଶୁଣାଇଛନ୍ତି। ଜୟଶଙ୍କର କହିଛନ୍ତି କି ,ପାକିସ୍ତାନ ଏକ ଏମିତି କ୍ୟାନସର , ଯାହା ନିଜେ ନିଜର ସମାଜକୁ କ୍ଷତି ପହଞ୍ଚାଉଛି। ତାକୁ ସ୍ପଷ୍ଟ ଭାବେ କହିଛନ୍ତି, ପାକିସ୍ତାନର ସୀମା-ପାର ଆତଙ୍କବାଦକୁ ବୃଦ୍ଧି କରୁଥିବା ନୀତିଗୁଡ଼ିକ ଏବେ ଏହାର ନିଜର ରାଜନୀତିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି।

ହି ସମୟରେ, ସେ ତାଙ୍କ ଭାଷଣରେ ଭାରତୀୟ ବୈଦେଶିକ ନୀତିର ବିଭିନ୍ନ ଦିଗ ବିଷୟରେ କହିଥିଲେ। ସେ ପଡ଼ୋଶୀ ଦେଶଗୁଡ଼ିକର ପରିସ୍ଥିତି ସମ୍ପର୍କରେ ଭାରତର କୂଟନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭାରତର ପ୍ରୟାସ ଅଧିକରୁ ଅଧିକ ବନ୍ଧୁ ସୃଷ୍ଟି କରିବା ଏବଂ ସମସ୍ୟା ହ୍ରାସ କରିବା।

S Jaishankar

ଏସ ଜୟଶଙ୍କର କହିଛନ୍ତି, 'ପ୍ରତ୍ୟେକ ପରିସ୍ଥିତିରେ ଆମର ବିକାଶର ଗତି ବଜାୟ ରଖିବା ପାଇଁ, ଆଭ୍ୟନ୍ତରୀଣ ବିକାଶ ଏବଂ ଆଧୁନିକୀକରଣ ବ୍ୟତୀତ, ବାହ୍ୟ ବିପଦକୁ ମଧ୍ୟ ହ୍ରାସ କରିବାର ଆବଶ୍ୟକତା ଅଛି।' ସେ କହିଥିଲେ, 'ରଣନୈତିକ ସ୍ବାୟତ୍ତତା ବହୁତ ଗୁରୁତ୍ୱପୂର୍ଣ୍ଣ।' ଭାରତ ଅଣ-ପାଶ୍ଚାତ୍ୟ ହୋଇପାରେ, କିନ୍ତୁ ରଣନୈତିକ ସ୍ବାର୍ଥକୁ ଧ୍ୟାନରେ ରଖି, ଏହା ମନେ ରଖିବା ଉଚିତ ଯେ ଭାରତ ପଶ୍ଚିମ-ବିରୋଧୀ ନହୁଏ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବିଶ୍ୱରେ ଭାରତର ପ୍ରତିଛବି ଏକ ସହଯୋଗ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶର। ଆମେ ଭବିଷ୍ୟତରେ ମଧ୍ୟ ଏହି ପ୍ରତିଛବି ବଜାୟ ରଖିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+