ପାକିସ୍ତାନରେ ପହଞ୍ଚିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନରେ ପହଞ୍ଚିଲେ ଏସ ଜୟଶଙ୍କର , ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ। ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍ ହେଡସ୍ ଅଫ୍(CHG) ର ଅଧ୍ୟକ୍ଷତା ରହିଛି। ପାକିସ୍ତାନ ଅଧ୍ୟକ୍ଷତାରେ ଅକ୍ଟୋବରରେ ଦୁଇ ଦିନିଆ ଏସସିଓ ଏସସିଓ ମୁଖ୍ୟମାନଙ୍କର ବୈଠକ ଅନୁଷ୍ଠିତ ହେବ। ତେବେ ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ। ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ।

ସେହିପରି ଏଥିସହ ପାରିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସହ ସେ ରାତ୍ରୀ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେବେ ଗତ କିଛିବର୍ଷ ଧରି ଦୁଇ ପଡୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ହେବ। ଜୟଶଙ୍କର ପାକିସ୍ତାନ ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଜୟଶଙ୍କର ନିକଟରେ କହିଥିଲେ ଯେ, ଯେ କୌଣସି ପଡୋଶୀ ପରି ଭାରତ ମଧ୍ୟ ପାକିସ୍ତାନ ସହ ଭଲ ସମ୍ପର୍କ ରଖିବାକୁ ଚାହିଁବ। କିନ୍ତୁ ସୀମା ଆତଙ୍କବାଦକୁ ଅଣଦେଖା କରି ଏହା ରଖାଯାଇପାରିବ ନାହିଁ।

S Jaishankar Arrives In Pakistan

ଗତ କିଛି ବର୍ଷ ଧରି ଦୁଇ ପଡୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ।ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଇସଲାମଵାଦରେ ହେବାକୁ ଥିବା ଏହି ବୈଠକ ପୂର୍ବରୁ କିଛି ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଯାହା ଏସସିଓ ଦେଶ ଗୁଡିକର ଆର୍ଥିକ, ସାମାଜିକ, ସାଂସ୍କୃତିକ ଏବଂ ମାନବୀୟ ସହଯୋଗ ଉପରେ କେନ୍ଦ୍ରିତ ରହିବ। ଏସସିଓ ରେ ଭାରତ, ଚାଇନା, ଋଷ, ପାକିସ୍ତାନ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+