ଋଷର କାମଚଟ୍‌କାରେ ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ, ୬୦୦ ବର୍ଷ ପରେ ପ୍ରଥମ ବିସ୍ଫୋରଣ

ଋଷର କାମଚଟ୍‌କାରେ ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ । ୬୦୦ ବର୍ଷ ପରେ କ୍ରାଶେନିନିକୋଭ୍‌ରେ ପ୍ରଥମ ବିସ୍ଫୋରଣ । ଆଗ୍ନେୟ ଉଦ୍‌ଗୀରଣ ଫଳରେ ୬ ହଜାର ମିଟର ଉଚ୍ଚ ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କାମଚଟ୍‌କା ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିକଟ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କାମଚଟ୍‌କାରେ ବିମାନ ସେବା ମଧ୍ୟ ବନ୍ଦ ରହିଛି ଏବଂ ଆକାଶ ମାର୍ଗକୁ ବି ବନ୍ଦ କରାଯାଇଛି ।

Russia s Kamchatka volcano erupts first eruption in 600 years

ସୂଚନା ଅନୁସାରେ, ଅଗଷ୍ଟ ୨ ତାରିଖରେ କ୍ରାଶେନିନିକୋଭ୍‌ରେ ଆଗ୍ନେୟ ଉଦ୍‌ଗୀରଣ ହୋଇଥିଲା । ତେବେ ଏହାର ୪ ଦିନ ପୂର୍ବରୁ ହୋଇଥିବା ତୀବ୍ର ଭୂକମ୍ପ ପାଇଁ ଆଗ୍ନେୟ ଉଦ୍‌ଗୀରଣ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । କାମଚଟ୍‌କାରେ ୮.୮ ତୀବ୍ରତାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯାହା ବିଶ୍ବର ଷଷ୍ଠ ଶକ୍ତିଶାଳୀ ଭୂକମ୍ପ ଥିଲା । ଏହା ପରେ ସୁନାମୀ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+