Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ଗୁମ୍ଫାରୁ ୨ ଝିଅଙ୍କ ସହ ରୁଷୀୟ ମହିଳା ଉଦ୍ଧାର

କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତ ଉପରେ ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରୁ ପୁଲିସ ଜଣେ ରୁଷୀୟ ମହିଳା ଏବଂ ତାଙ୍କର ୨ ଝିଅଙ୍କୁ ପାଇଛି। ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲର ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି ଜଣେ ରୁଷିଆନ୍ ମହିଳା ଏବଂ ତାଙ୍କର ଦୁଇ ଝିଅ। ମହିଳାଙ୍କ ନାଁ ହେଉଛି କୁଟିନା ଓରଫ ମୋହି। ରାମତୀର୍ଥ ପାହାଡ଼ର ଶୀର୍ଷରେ ଥିବା ଏକ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ଗୁମ୍ଫାରେ ରହୁଥିଲେ।

ପୋଲିସର ସୂଚନା ଅନୁଯାୟୀ, ୪୦ ବର୍ଷୀୟ କୁଟିନା ତାଙ୍କ ୬ ବର୍ଷୀର ଝିଅ ପ୍ରେୟା ଏବଂ ୪ ବର୍ଷର ଝିଅ ଅମାଙ୍କ ରହୁଥିଲେ। ଗୁମ୍ଫା ଭିତର ସେ ଏକ ରୁଦ୍ର ମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଦିନରାତି ପୂଜା ଏବଂ ଧ୍ୟାନ କରୁଥିଲେ। ଚାରିପାଖରେ ଘଞ୍ଚ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ପାହାଡ ଥିଲା। ଏପରିକି ଚାରିପାଖେ ବିଷାକ୍ତ ସାପ ଓ ବନ୍ୟଜନ୍ତୁଙ୍କ ବିପଦ ମଧ୍ୟ ଥିଲା। ସେଠାରେ ମହିଳା ଜଣକ ସମ୍ପୂର୍ଣ୍ଣ ଏକାକୀ ରହୁଥିଲେ। ନିକଟରେ ହୋଇଥିବା ଭୂସ୍ଖଳନ ପରେ ପୋଲିସ ସେହି ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟର ଗୁମ୍ଫା ବାହାରେ କିଛି ପୋଷାକ ଶୁଖିବାର ଦେଖିଥିଲା। ପୋଲିସ ସନ୍ଦେହ କରି ସେଠାରେ ପହଁଞ୍ଚିଥିବା ପରେ ଏହି ଘଟଣା ଜଣା ପଡିଥିଲା।

କୁଟିନା ଏବଂ ତାଙ୍କର ଦୁଇ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପଚରାଉଚରା ବେଳେ ସେ ଆଧ୍ୟାତ୍ମିକ ଶାନ୍ତିର ସନ୍ଧାନରେ ଗୋଆରୁ ଗୋକର୍ଣ୍ଣ ଆସିଥିଲେ ବୋଲି କହିଛନ୍ତି। ସହରାଞ୍ଚଳ ଜୀବନର ବ୍ୟସ୍ତତାରୁ ଦୂରରେ ଧ୍ୟାନ ଏବଂ ପ୍ରାର୍ଥନା କରିବା ପାଇଁ ଜଙ୍ଗଲ ଗୁମ୍ଫାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ କୁଟିନାଙ୍କ ଉଦ୍ଦେଶ୍ୟ ଆଧ୍ୟାତ୍ମିକ ଥିଲା, କିନ୍ତୁ କର୍ତ୍ତୃପକ୍ଷ ଏପରି ପରିବେଶରେ ପିଲାମାନଙ୍କ ସୁରକ୍ଷା ବିଷୟରେ ଅତ୍ୟନ୍ତ ଚିନ୍ତିତ ଥିଲା। କାର ସେଠାରେ ଅନେକ ବିଷାକ୍ତ ସାପ ସମେତ ବନ୍ୟଜନ୍ତୁ ମଧ୍ୟ ବାସ କରନ୍ତି। ଏହି କାରଣରୁ, ଏହି ସ୍ଥାନକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କୁହାଯାଏ। ପୋଲିସ କୁଟିନା ଏବଂ ତାଙ୍କ ଦୁଇ ଝିଅଙ୍କୁ ଗୋକର୍ଣ୍ଣର ଜଣେ ସାଧବୀଙ୍କ ଦ୍ୱାରା ପରିଚାଳିତ ଏକ ଆଶ୍ରମରେ ରଖିଛି।ସେମାନଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

Karnataka cave

ତଦନ୍ତରୁ ଜଣାପଡିଛି ଯେ କୁଟିନା ୧୭ ଏପ୍ରିଲ୍ ୨୦୧୭ ପର୍ଯ୍ୟନ୍ତ ବୈଧ ବିଜନେସ୍ ଭିସାରେ ଭାରତରେ ପ୍ରବେଶ କରିଥିଲେ। ୧୯ ଏପ୍ରିଲ୍ ୨୦୧୮ରେ ଗୋଆର ଏଫ୍ଆରଆରଓ ପାଣାଜୀ ଦ୍ୱାରା ତାଙ୍କୁ ଏକ ଏକଜିଟ୍ ପରମିଟ୍ ପ୍ରଦାନ କରାଯାଇଥିଲା। ତା ପରେ ସେ ନେପାଳ ଚାଲିଯାଇଥିଲେ। ହେଲେ ୮ ସେପ୍ଟେମ୍ବର ୨୦୧୮ରେ ପୁନର୍ବାର ଭାରତରେ ପ୍ରବେଶ କରିଥିଲେ। ସେବେଠାରୁ ସେ ଏଠାରେ ରହୁଛନ୍ତି। ଏହା ସହିତ, ସେମାନଙ୍କୁ ରୁଷ ପଠାଇବାର ପ୍ରକ୍ରିୟା ଆରମ୍ଭ କରାଯାଉଛି। ଏକ ସ୍ଥାନୀୟ ଏନଜିଓ ସହାୟତାରେ, ରୁଷ ଦୂତାବାସ ସହିତ ଯୋଗାଯୋଗ କରାଯାଇଛି ଏବଂ ସମସ୍ତ ଆଇନଗତ ଔପଚାରିକତା ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+