ଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
Russian President Vladimir Putin: ଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।ଏନେଇ ମଙ୍ଗଳବାର ଦିନ ତାଙ୍କ ପ୍ରେସ୍ ସଚିବ ତଥା କ୍ରେମିଲିନ୍ ମୁଖପାତ୍ର ଦିନିତ୍ରୀ ପେସ୍କୋଭ ସୂଚନା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ପୁଟିନଙ୍କ ଏହି ଗସ୍ତ ତାରିଖ ବିଷୟରେ କୌଣସି ସୂଚନା ପ୍ରକାଶ ପାଇ ନାହିଁ । ତେହେ ଖୁବ୍ ଶୀଘ୍ର ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ପେସ୍କୋଭ ।

୨୦୨୨ ରୁଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠୁ ଏହା ହେଉଛି ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ୨୦୨୧ ଡିସେମ୍ବର ମାସ ୬ ତାରିଖରେ ପୁଟିନ୍ ଭାରାତ ଗସ୍ତରେ ଆସିଥିଲେ । ସେହିପରି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଋଷ ଗସ୍ତରେ ଯାଇ ପୁଟିନଙ୍କ ସହ ଭେଟିଥିଲେ ଓଭାରତ-ଋଷ ଦ୍ୱିପାକ୍ଷୀ ବିଷୟରେ ଆଲୋଚନା କରିଥିଲେ । ସେହିପରି ଚଳିବ ବର୍ଷ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମଧ୍ୟ ମୋଦି-ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷୀ ବୈଠକ ହୋଇଥିଲା ।












Click it and Unblock the Notifications