ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
President Vladimir Putin: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ। ଋଷ -ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଏବେ ଗ୍ରହଣ କରିଥିବା ନେଇ ସୂଚନା ରହିଛି । ଋଷ ବୈଦେଶିକ ମନ୍ତ୍ରୀ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି, ହେଲେ ଏ ପର୍ଯ୍ୟନ୍ତ ତାରିଖ ନିଶ୍ଚିତ କରାଯାଇ ନାହିଁ ।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ସର୍ବଦା ମଜବୁତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳ ପରେ ପ୍ରଥମ ବିଦେଶ ଗସ୍ତରେ ରୁଷ ଯାଇଥିଲେ। ଏବେ, ପୁଟିନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଆହୁରି ମଜବୁତ ସମ୍ପର୍କର ଏକ ସଙ୍କେତ।ଏହି ଗସ୍ତ ସମୟରେ ପୁଟିନ ଏବଂ ମୋଦି ଉଭୟ ୟୁକ୍ରେନ ଯୁଦ୍ଧ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ପାରନ୍ତି ।

ପ୍ରଧାନମନ୍ତ୍ରୀ ମୋଦି 2024 ମସିହାରେ ଋଷ ଏବଂ ୟୁକ୍ରେନ ଉଭୟ ଗସ୍ତ ଦେଶ କରିଥିଲେ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଭେଟିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବରରେ ରୁଷର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ଯାଇଥିଲେ। ପୁଟିନଙ୍କ ଏହି ଆଗାମୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିପାରିବ ଏବଂ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଉପରେ ନୂତନ ଆଲୋଚନା ପାଇଁ ପଥ ଖୋଲିପାରିବ।
ଋଷ ରାଷ୍ଟ୍ରପତି ପୁଟିନ ପୂର୍ବରୁ 06 ଡିସେମ୍ବର 2021ରେ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ସେ ମାତ୍ର 4 ଘଣ୍ଟା ପାଇଁ ଭାରତ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ ଭାରତ ଏବଂ ରୁଷ ମଧ୍ୟରେ 28ଟିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।












Click it and Unblock the Notifications