ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାମିରି ପୁଟିନ, ଘୋଷଣା ହେଲା ତାରିଖ

ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆସନ୍ତା ଡିସେମ୍ବରରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି । କ୍ରେମଲିନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୁଟିନଙ୍କୁ ଭାରତ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିମନ୍ତ୍ରଣ ରକ୍ଷା କରି ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସିବେ ପୁଟିନ । ୨୦୨୨ ପରେ ପୁଟିନଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ ।

Russian President Vladimir Putin

ବର୍ତ୍ତମାନ ସମୟରେ ପୁଟିନଙ୍କ ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଆମେରିକା ଓ ଭାରତ ମଧ୍ୟରେ ଟାରିଫକୁ ନେଇ ଏବେ ସଂପର୍କରେ ତିକ୍ତତା ବୃଦ୍ଧି ପାଇଛି । ରୁଷ ଠାରୁ ଭାରତ ତୈଳ କିଣିବା ବନ୍ଦ ନକରିବାରୁ ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ତେବେ ଭାରତ ଆସିବା ପୂର୍ବରୁ ପୁଟିନଙ୍କୁ ଚୀନରେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଦିନକ ପରେ ଚୀନରେ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେନସନ-SCO ସମ୍ମିଳନୀ । ଏହି ଅବସରରେ ପରସ୍ପରକୁ ଭେଟିବେ ମୋଦି-ପୁଟିନ । ଭାରତ-ଆମେରିକା ସଂପର୍କ ତିକ୍ତ ହୋଇଥିବା ବେଳେ ରୁଷ ଏବଂ ଚୀନ ସହ ଭାରତର ବନ୍ଧୁତା ବଢ଼ିଛି । ରୁଷିଆ ଭାରତର ପୁରୁଣା ବନ୍ଧୁ । ଚୀନ ମଧ୍ୟ ଭାରତ ସହ ସଂପର୍କ ବଢ଼ାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+