ମୋଦିଙ୍କୁ କାରରେ ବସାଇ ବୁଲାଇଲେ ଋଷ ରାଷ୍ଟ୍ରପତି ଭ୍ଲାଦିର ପୁଟିନ

ମସ୍କୋ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭବ୍ୟ ସ୍ବାଗତ। ଘରକୁ ଡାକି ଆଲିଙ୍ଗନ କଲେ, ଗାଡ଼ିରେ ବୁଲାଇଲେ ଓ ସାଥିରେ କଲେ ପ୍ରାଇଭେଟ୍ ଡିନର। ନୋଭୋ ଓଗାରିୟୋଭୋରେ ଅନୌପଚାରିକ ଭାବେ ଆଲୋଚନା କଲେ ଉଭୟ ଦେଶର ଶୀର୍ଷନେତା । କ୍ରେମଲିନ ଭଳି ନୋଭୋ ଓଗାରିୟୋଭୋ ହେଉଛି ରୁଷ ରାଷ୍ଟ୍ରପତିଙ୍କର ଆଉ ଏକ ସରକାରୀ ବାସଭବନ।

narendra modi

ମସ୍କୋ ଉପକଣ୍ଠରେ ଥିବା ଏହି ବାସଭବନରେ ମୋଦି ପହଞ୍ଚିବା ପରେ ନିଜେ ପୁଟିନ ଆସି ତାଙ୍କୁ ସ୍ବାଗତ କରିଥିଲେ । ସେମାନେ ପରସ୍ପରକୁ ଆଲିଙ୍ଗନ କରିବା ସହିତ ହାତ ମିଳାଇଥିଲେ। ଏଥିସହ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଏହା କୌଣସି ସଂଯୋଗ ନୁହେଁ, ଆପଣଙ୍କ କାମ ହିଁ ଆପଣଙ୍କୁ ପୁଣି ଥରେ ସରକାର ଗଢିବାରେ ସାହାଯ୍ୟ କରିଛି। ଆପଣ ଜଣେ ଉର୍ଜାବାନ୍‌ ବ୍ୟକ୍ତି। ଭାରତ ଓ ଭାରତୀୟଙ୍କ ମଙ୍ଗଳ କିପରି ହେବ ତାହା ଆପଣଙ୍କୁ ଭଲ ଭାବରେ ଜଣା।

ତେବେ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିପାରିଛି।ଏଥିସହ ପୁଟିନ୍‌ କହିଥିଲେ ଯେ ଆପଣ ସମଗ୍ର ଜୀବନକୁ ନିଜ ଦେଶର ଲୋକଙ୍କ ପାଇଁ ଉତ୍ସର୍ଗ କରିଛ ଏବଂ ଦେଶବାସୀ ଏହା ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୋର ନୀତି ହେଉଛି ସଂସ୍କାର ଆଣିବା। ମୋ ଦେଶର ଲୋକମାନେ ମୋର ନୀତି ଉପରେ ମୋହର ଲଗାଇଛନ୍ତି। ମୁଁ ମୋର ତୃତୀୟ କାର୍ଯ୍ୟକାଳରେ ତିନି ଗୁଣ ଅଧିକ ପରିଶ୍ରମ କରିବାକୁ ସ୍ଥିର କରିଛି।"ଏହାପରେ ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+