ଆସୁଛନ୍ତି ଋଷ ରାଷ୍ଟ୍ରପତି, ଜାଣନ୍ତୁ ଦୁଇଦିନିଆ ଗସ୍ତର ପୁରା କାର୍ଯ୍ୟସୂଚୀ

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି। ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସେ ଯୋଗ ଦେବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି ।

ତେଣୁ ଦୁଇ ଦିନିଆ ଗସ୍ତ ବିଭିନ୍ନ ଦିଗରୁ ବେଶ ଗୁରୁତ୍ବପୂର୍ଣ୍ଣ । ଗୋଟେ ପଟେ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ, ସେପଟେ ଆମେରିକା ସହ ଟାରିଫ ବିବାଦ। ଏହା ଭିତରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରୁ ଗୁରୁତ୍ବବହନ କରୁଛି। ୨୦୨୧ରେ ଶେଷଥର ପାଇଁ ଭାରତ ଆସିଥିଲେ ପୁଟିନ। ସେହିପରି ଗତବର୍ଷ ମସ୍କୋରେ ଆୟୋଜିତ ଶିଖର ସମ୍ମିଳନରେ ରୁଷ ଯାଇଥିଲେ ମୋଦୀ। ତେବେ ଗତ ସେପ୍ଟେମ୍ବର ମାସରେ ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରେ ମୋଦୀଙ୍କ ସହ ପୁଟିନଙ୍କ ଭେଟଘାଟ ଓ ଦୁଇ ରାଷ୍ଟ୍ରନେତାଙ୍କ ବନ୍ଧୁତା ପୂରା ବିଶ୍ବ ଦେଖିଥିଲା। ଏପରିକି ମୋଦୀ ଓ ପୁଟିନଙ୍କ ଏକାଠି କାର ଯାତ୍ରାର ଖବର ଓ ଫଟୋ ବେଶ ଚର୍ଚ୍ଚା ସାଉଁଟିଥିଲା।

putin

ଭାରତ-ରୁଷ ଆଲୋଚନା ଉପରେ ବିଶ୍ବର ନଜର

-ଟାରିଫକୁ ନେଇ ଉଭୟ ଭାରତ ଓ ରୁଷ ଆମେରିକାକୁ ବିରୋଧ କରୁଛନ୍ତି
-ଭାରତ ଓ ରୁଷ ଏକାଠି ମିଶି କିଛି ବଡ଼ ରଣନୀତି ପ୍ରସ୍ତୁତ ସମ୍ଭାବନା
-ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଦିଗରେ ବଡ଼ ପଦକ୍ଷେପ ସମ୍ଭାବନା
-କ୍ରେମଲିନକୁ ନୂଆଦିଲ୍ଲୀ ପୁଣି ଶାନ୍ତି ପ୍ରସ୍ତାବ ଦେଇପାରେ
-ଉଭୟ ଦେଶ ମଧ୍ୟର ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିପାରେ
-ଆଜି ଅପରାହ୍ଣ ୪ ଟାରେ ଦିଲ୍ଲୀରେ ପହଞ୍ଚିବେ
-ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାତ୍ରିଭୋଜନ କାର୍ଯ୍ୟକ୍ରମ
-ଶୁକ୍ରବାର ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବେ
-ଅପରାହ୍ଣ ୪ଟାରେ ଭାରତମଣ୍ଡପମ୍‌ରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା
-ଭାରତ-ରୁଷ ବିଜନେସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ
-ସଂଧ୍ୟା ୭ଟାରେ ପୁଟିନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ
-କାର୍ଯ୍ୟକ୍ରମ ସାରି ରୁଷ ଫେରିଯିବେ ପୁଟିନ

ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଏଥିନେଇ ରାଜଧାନୀ ଦିଲ୍ଲୀରେ ହାଇ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା । ପୁଟିନ୍‌ଙ୍କ ପାଇଁ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରୁଷ୍‌ରୁ ପ୍ରାୟ ୫୦ରୁ ଅଧିକ ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି ।

ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ। ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ ଏନ୍‌ଏସ୍‌ଜି ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ। ଆଭ୍ୟନ୍ତରୀଣ ସୁରକ୍ଷା ସ୍ତରଗୁଡ଼ିକୁ ରୁଷ୍ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବା ବାହିନୀ ପରିଚାଳନା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ସମୟରେ ଭାରତର ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ଏସ୍‌ପିଜି କମାଣ୍ଡୋମାନେ ମଧ୍ୟ ସୁରକ୍ଷା ପ୍ରଦାନ କରିବେ ।

ପୁଟିନଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ସୁରକ୍ଷାରେ ନିୟୋଜିତ ଏନ୍‌ଏସ୍‌ଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ

ନଜର ରଖିବେ ସ୍ନାଇପର୍, ଏଆଇ କ୍ୟାମେରା
ଆଣ୍ଟି-ଡ୍ରୋନ୍ ଜ୍ୟାମର୍ ଟେକ୍ନୋଲଜିର ବ୍ୟବସ୍ଥା
ମୁହଁ ଚିହ୍ନିବା ପ୍ରଣାଳୀ ଓ ଉଚ୍ଚକ୍ଷମତା ସଂପନ୍ନ ଡ୍ରୋନ୍ ଜଗିବ
ପୁଟିନ୍‌ଙ୍କ କାର୍‌କୁ ଆକାଶରୁ ନଜର ରଖିବ ସ୍ବତନ୍ତ୍ର ଡ୍ରୋନ୍
ଯାତାୟତ ରୁଟ୍‌ର ଉଭୟ ପାଖ ବିଲ୍ଡିଂରେ ସ୍ନାଇପର୍‌ ମୁତୟନ
ବିଶେଷ ବିମାନରେ ରୁଷ୍‌ରୁ ଆସିବ ପୁଟିନଙ୍କ ସ୍ବତନ୍ତ୍ର କାର୍‌
ମସ୍କୋରୁ ଅଣାଯିବ ଆର୍ମର୍ଡ ଲିମୁଜିନ୍ 'ସେନାଟ୍'
ପୁଟିନଙ୍କ ସହ ଆସିବ ତାଙ୍କର ସ୍ବତନ୍ତ୍ର ଭୋଜନ ଓ ପାନୀୟ
ମୋବାଇଲ୍ କେମିକାଲ୍ ଲ୍ୟାବ୍‌ରେ ପରୀକ୍ଷା ପରେ ଅଣାଯିବ
ପୁଟିନଙ୍କ ବିଦେଶ ଗସ୍ତ ପୂର୍ବରୁ ଅନୁସରଣ କରାଯାଉଥିବା କଡ଼ା ପ୍ରୋଟୋକଲ୍‌
ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସି ମିଳିତ ଭାବେ କରୁଛନ୍ତି କାମ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+