ଭାରତର ପ୍ରଶଂସା କଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ଆଜି ଭାରତର ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ନୂଆଦିଲ୍ଲୀ : ଆଜି ଭାରତର ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହା ସହ ସେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା ମଧ୍ୟ କରିଛନ୍ତି ।
ଋଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସେ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ଭାରତ ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିଛି ।
ଆର୍ଥିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବହୁ ଜଣାଶୁଣା ବୋଲି ପୁଟିନ ବିବୃତ୍ତିରେ କହିଛନ୍ତି । ଆନ୍ତର୍ଜାତୀୟ ସ୍ଥିରତା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ତଥା ଆଞ୍ଚଳିକ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଭାରତର ଏକ ମହତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ କହିଛନ୍ତି । ଏହି ସମୟରେ ସେ ଭାରତ ଏବଂ ଋଷ ମଧ୍ୟରେ ଥିବା ପୁରୁଣା ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି । ତେବେ ପୁଟିନ୍ ଭାରତର କରିଥିବା ଏହି ପ୍ରଶଂସା ବର୍ତ୍ତମାନ ଗଣମାଧ୍ୟମରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications