ଆଣବିକ ଯୁଦ୍ଧ ମୁହାଁ ପୁଟିନ୍‌

ନୂଆଦିଲ୍ଲା: ବିଶ୍ୱ ମାନଚିତ୍ରରୁ ୟୁକ୍ରେନର ଚିହ୍ନ ଲିଭାଇବାକୁ ଭୟଙ୍କର ଯୁଦ୍ଧ ମୁହାଁ ରୁଷ । ଦୀର୍ଘ ୨୬ ମାସ ଧରି ଚାଲିଥିବା ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ଏବେ ଏଭଳି ସ୍ଥିତିରେ ପହଂଚିଛି, ଯେକୌଣସି ସମୟରେ ରୁଷ ଆଣବିକ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ତାଙ୍କର ବିପଜ୍ଜନକ ଉଦ୍ଦେଶ୍ୟ ଦର୍ଶାଇଛନ୍ତି ।

ପରମାଣୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବାକୁ ରୁଷିଆର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ପୁଟିନ୍ ପରମାଣୁ ଯୁଦ୍ଧ ମୁହାଁ ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି । ୟୁକ୍ରେନ ସୀମାରେ ନିୟୋଜିତ ସେନାଙ୍କୁ ପୁଟିନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି । ଅଭ୍ୟାସ ବେଳେ ପରମାଣୁ ହତିଆରକୁ ମଧ୍ୟ ସାମିଲ କରାଯିବ । ଏହି ହତିଆର ସହ ମିନିଷ୍ଟ୍ରି କହିଛି ଯେ କିପରି ପ୍ରସ୍ତୁତି ଦେଖାଯିବ ।

Vladimir Putin

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର କହିଛି ଯେ ଅଭ୍ୟାସ ସମୟରେ ଆଣବିକ ଅସ୍ତ୍ର ମଧ୍ୟ ଅନ୍ତର୍ଭୂକ୍ତ କରାଯିବ । ଏହି ଅସ୍ତ୍ରଗୁଡିକ ସହିତ କିପରି ଯୁଦ୍ଧ ପ୍ରସ୍ତୁତି କରାଯାଇପାରିବ ଏବଂ ସେଗୁଡିକ ପାଇଁ କ'ଣ ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ । ସୂଚନାଯୋଗ୍ୟ,ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପୁଟିନ ଅନେକ ଥର ଆଣବିକ ଅସ୍ତ୍ର ସମ୍ବନ୍ଧରେ ବିବୃତ୍ତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରୁଷ ସେନା ନିକଟରେ କହିଥିଲା ୟୁକ୍ରେନ୍ ବ୍ୟତୀତ ପାଶ୍ଚାତ୍ୟ ଦେଶରୁ ମଧ୍ୟ ଏହାକୁ ବିପଦ ରହିଛି । ଏବେ ମିଳିଥିବା ସୂଚନା ଅନୁସାରେ ଏହି ଯୁଦ୍ଧାଭ୍ୟାସରେ ପରମାଣୁ ହତିଆର ମୁତୟନ ଏହାର ପ୍ରୟୋଗକୁ ସାମିଲ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+