ଋଷର ବଡ଼ ଦାବି: ମୋଦି ସରକାଙ୍କ ବିରୋଧରେ ଆମେରିକା ରଚୁଛି ଷଡଯନ୍ତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର ୱାନ୍ ଲୋକପ୍ରିତ ନେତା । ବିଶ୍ୱର ଅଧିକାଂଶ ଦେଶ ମୋଦିଙ୍କ କଥା ଶୁଣନ୍ତି ଏବଂ ବିଶ୍ୱାସ ମଧ୍ୟ କରନ୍ତି । ଆଜିକା ତାରିଖରେ ଭାରତ କୌଣସି ବିଦେଶୀ ଶକ୍ତି ଆଗରେ ହାର ମାନେ ନାହିଁ । ଋଷରୁ ତୈଳ କିଣିବା ସମେତ ଭାରତର ଅନେକ ବୈଦେଶିକ ନୀତି ବିରୋଧ ସତ୍ତ୍ୱ ଆମେରିକା ସମେତ ଅନେକ ଦେଶର କ୍ରୋଧର କାରଣ ସାଜିଛି । ବର୍ତ୍ତମାନ ଏକ ବଡ଼ ଖବର ରହିଛି, ମୋଦି ସରକାରକୁ ହଟାଇବା ପାଇଁ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ବ୍ୟାପକ ଉଦ୍ୟମ କରୁଛି।
ଋଷର ରାଜ୍ୟ ଗଣମାଧ୍ୟମ ସ୍ପୁତଟ୍ନିକ୍ ନିଜ ରିପୋର୍ଟରେ ଏପରି ଦାବି ରଖିଛନ୍ତି । ଏହି ରିପୋର୍ଟ ଏହା ମଧ୍ୟ ଦାବି କରାଯାଇଛି ଯେ, ଆନ୍ଧ୍ରପ୍ରଦେଶର ବାପ୍ଟିଷ୍ଟ ଚର୍ଚ୍ଚ ଏବଂ ବିରୋଧୀଦଳର ନେତାଙ୍କ ସହ ଯୋଗାଯୋଗ କରୁଛି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହାୟତାରେ ମୋଦି ସରକାରକୁ ହଟାଇବା ପାଇଁ ଏକ ବଡ ଷଡଯନ୍ତ୍ର କରୁଛି।

ସ୍ପୁତନିକ୍ ମିଡିଆର ଏହି ରିପୋର୍ଟକୁ ନେଇ ବର୍ତ୍ତମାନ ଉତ୍ତେଜନା ସୃଷ୍ଟି ହୋଇଛି। ଏହାପୂର୍ବରୁ ଆମେରିକା ମଧ୍ୟ ବାଂଲାଦେଶ ସରକାରକୁ ଅଡୁଆରେ ପକାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦାବି କରାଯାଉଛି ଯେ ବିଜେପି ସରକାରକୁ ହଟାଇବା ପାଇଁ ଆମେରିକାର ଷଡଯନ୍ତ୍ର ରଚୁଛି । ଏହାକୁ ସମର୍ଥନ କରି କିଛି ଘଟଣା ଉଲ୍ଲେଖ କରାଯାଇଛି। ଆମେରିକାର ରାଷ୍ଟ୍ରଦୂତ ଏବଂ କିଛି ଅଧିକାରୀ ବାରମ୍ବାର ଭାରତର ବିରୋଧୀଦଳ ନେତାଙ୍କ ସହ ଆଲୋଚନା କରୁଥିବା ନେଇ ଋଷର ଗଣମାଧ୍ୟମ ଉଦ୍ବେଗ ପ୍ରକାଶ କରିଛି।
ଋଷର ଗଣମାଧ୍ୟମ ଅନୁଯାୟୀ, ଖୁବ ଶୀଘ୍ର ମୋଦି ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣାଯାଇପାରେ । ଏଥିପାଇଁ ଏକ ବଡ଼ ଧରଣର ଷଡଯନ୍ତ୍ର ରଚାଯାଉଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିରୋଧୀଦଳର ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ନେତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଛି।
ଆମେରିକାର କନସୁଲ୍ ଜେନେରାଲ୍ ଜେନିଫର୍ ଲର୍ସନ ହାଇଦ୍ରାବାଦରେ AIMIM ନେତା ଆସାଦୁଦ୍ଦିନ ଓୱାଇସିଙ୍କ ସହ ଭେଟିଛନ୍ତି । ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଭେଟିଥିବା ନେଇ ଦାବି କରାଯାଉଛି । ଏପରିକି ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଋଷ ଗଣମାଧ୍ୟମ ଏହାର ରିପୋର୍ଟରେ ଏହି ସବୁ ଘଟଣା ବିଷୟରେ ଉଲ୍ଲେଖ କରିଛି । ରିପୋର୍ଟରେ କୁହାଯାଇଛି ଯେ ଲର୍ସନ ହାଇଦ୍ରାବାଦରେ ଆମେରିକୀୟ ମିଶନ ସଂଗଠନର ନେତୃତ୍ୱ ନେଉଛନ୍ତି ଏବଂ ଏହି ସଂଗଠନ ମାଧ୍ୟମରେ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ବାପ୍ଟିଷ୍ଟ ଚର୍ଚ୍ଚର ସହାୟତା ପାଇବାକୁ ଚେଷ୍ଟା କରୁଛି।
ସ୍ପୁତନିକ ରିପୋର୍ଟ କରିଛି ଯେ ସିଆଇଏ କିଛି ବିରୋଧୀ ଦଳର ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ମୋଦି ସରକାରଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କ ସାହାଯ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଫେରାଇବା ହେଉଛି ସିଆଇଏର ପ୍ରଥମ ଲକ୍ଷ୍ୟ।
ଋଷ ଆହୁରି ଦାହି କରିଛି ଯେ, ମୋଦି ସରକାରଙ୍କୁ ସତ୍ତାରୁ ହଟାଇବା ପାଇଁ ମୋଦି ବିରୋଧୀ ନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟକ୍ତିତ୍ୱ, ଶିଳ୍ପପତି ଏବଂ କଳାକାରଙ୍କ ସମେତ ଅନେକ ଲୋକ ବ୍ୟବହୃତ କରାଯାଉଛି । ଋଷର ସ୍ପୁଟ୍ନିକ୍ ଏହାର ରିପୋର୍ଟରେ କହିଛି ଯେ ଜୁଲାଇ 2024 ରେ ଆମେରିକାର ଦୂତାବାସ ଭାରତରେ 'Influence To Impact' ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ଅଭିଷେକ ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯିଏ କଂଗ୍ରେସ ପ୍ରଚାରକମାନଙ୍କୁ ପ୍ରୋତ୍ସାହିତ କରନ୍ତି ଏବଂ ୟୁଟ୍ୟୁବ୍ ମାଧ୍ୟମରେ ଅର୍ଦ୍ଧ ସତ୍ୟ ପ୍ରଚାର କରି ମୋଦି ସରକାରଙ୍କ ବିରୋଧରେ କାର୍ଯ୍ୟ କରନ୍ତି।












Click it and Unblock the Notifications