ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ଗତ ଆର୍ଥିକବର୍ଷରେ ୪.୮% କୁ ହ୍ରାସ: ଏସ୍ବିଆଇ
ଗତ ୨୦୨୩-୨୪ ଆର୍ଥିକବର୍ଷରେ ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ୪ ଦଶମିକ ୮/୬ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୧-୧୨ ଆର୍ଥିକବର୍ଷରେ ଏହା ୨୫ ଦଶମିକ ୭ ପ୍ରତିଶତ ରହିଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କର ଉପଭୋକ୍ତା ବ୍ୟୟ ସର୍ଭେ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ସହରାଞ୍ଚଳର ଦାରିଦ୍ର୍ୟ ହାର ଗତ ୧୨ ବର୍ଷରେ ୧୩ ଦଶମିକ ୭ ପ୍ରତିଶତରୁ ୪ ଦଶମିକ ୦/୯ ପ୍ରତିଶତକୁ ହ୍ରାସ ପାଇଛି ।
ଉପଭୋକ୍ତା ଅଭିବୃଦ୍ଧି ଏବଂ ସରକାରୀ ସହାୟତା କାରଣରୁ ଏଭଳି ସଫଳତା ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଏହି ହାର ହ୍ରାସ ପାଇବାର ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ ସ୍ତରକୁ ଲକ୍ଷ୍ୟ କଲେ ଦେଶରେ ଦାରିଦ୍ର୍ୟ ହାର ବର୍ତ୍ତମାନ ୪ରୁ ୪ ଦଶମିକ ୫ ପ୍ରତିଶତ ମଧ୍ୟରେ ରହିପାରେ ।

ଗ୍ରାମୀଣ ଏବଂ ସହରାଞ୍ଚଳ ମାସିକ ମୁଣ୍ଡପିଛା ବ୍ୟବହାର ଖର୍ଚ୍ଚ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬୯ ଦଶମିକ ୭ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ୨୦୦୯-୧୦ ଆର୍ଥିକ ବର୍ଷରେ ୮୨ ଦଶମିକ ୨ ପ୍ରତିଶତ ରହିଥିଲା । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଗ୍ରାମୀଣ ଭିତ୍ତିଭୂମିର ବିକାଶ, କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ଉନ୍ନତି ସଂକ୍ରାନ୍ତ ସରକାରୀ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା ରିପୋର୍ଟରେ କୁହାଯାଇଛି ।












Click it and Unblock the Notifications