ହ୍ରାସ ପାଇଲା ଗ୍ରାମୀଣ ଦାରିଦ୍ର୍ୟ ହାର, ଆସିଲା ବଡ ରିପୋର୍ଟ

ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ସଦ୍ୟତମ ଗବେଷଣା ରିପୋର୍ଟରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଏପରିକି ଏହି ହାର ଗତ ଆର୍ଥିକ ବର୍ଷରେ ୭.୨% ଏବଂ ୨୦୧୧-୧୨ ଆର୍ଥକ ବର୍ଷରେ ୨୫.୭% ରହିଥିଲା।
ସେହିଭଳି ଏହି ଅବଧି ମଧ୍ୟରେ ସହରୀ ଦାରିଦ୍ର୍ୟ ହାର ହ୍ରାସ ପାଇ ୪.୦୯%ରେ ପହଞ୍ଚିଥିବା ଏସବିଆଇର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣରେ ବିସ୍ତୃତ ଭାବେ ଦର୍ଶାଯାଇଛି।

Rural poverty rate reduced

ଏପରିକି ସାମଗ୍ରିକ ଭାବେ ଦାରିଦ୍ର୍ୟ ହାର ୪ ରୁ ୪.୫% ସ୍ତରକୁ ଖସି ଆସିଛି। ଅପରପକ୍ଷରେ ସରକାରୀ ସହାୟତା, ଉପଭୋକ୍ତା ବ୍ୟୟ ବୃଦ୍ଧି, ଖାଦ୍ୟ ମୂଲ୍ୟ ପରିବର୍ତ୍ତନ କେବଳ ଖାଦ୍ୟଜନିତ ବ୍ୟୟ ନୁହେଁ ବରଂ ସାମଗ୍ରିକ ବ୍ୟୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏପରିକି ସର୍ବନିମ୍ନ ଖୁଚୁରା ମୂଲ୍ୟକୁ ଆଧାର କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମା ୨୦୨୩-୨୪ ଆର୍ଥିକ ବର୍ଷରେ ୧୬୩୨ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ୧୯୪୪ ଟଙ୍କା ରହିଥିବା ଏନଏସଏସଓ ରିପୋର୍ଟକୁ ଉଲ୍ଲେଖ କରି ଏସବିଆଇ ପକ୍ଷରୁ କୁହାଯାଇଛି।

ସେହିପରି ୨୦୧୧-୧୨ ଆର୍ଥିକ ବର୍ଷରେ ଏହା ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ଥିଲା। ଏପରିକି ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି କାରଣରୁ ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ୨୦୨୩-୨୪ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୦ରୁ ୫% ହ୍ରାସ ପାଇଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ (ଏମପିସିଇ) ହାରରେ ରହିଥିବା ତାରତମ୍ୟ ହ୍ରାସ ପାଇଛି। ୨୦୦୯-୧୦ ଆର୍ଥିକ ବର୍ଷରେ ଏହା ୮୮.୨% ଥିବାବେଳେ ୨୦୨୩-୨୪ଆର୍ଥିକ ବର୍ଷରେ ୬୯.୭%କୁ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ସରକାରୀ ଯୋଜନା,ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ସାମଗ୍ରିକ ସୁଧାର କାରଣରୁ ଏହି ତାରତମ୍ୟ କମିଛି। ଭୌତିକ ଭିତ୍ତିଭୂମିରେ ଉନ୍ନତି କାରଣରୁ ଗ୍ରାମୀଣ ପରିବହନ ସୁଧାର ଆସିଛି, ଫଳରେ ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଦେଢ ଲକ୍ଷ କିଲୋମିଟର ଜାତୀୟ ରାଜପଥ ର୍ନିମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ଲକ୍ଷ କିଲୋମିଟରରୁ ଅଧିକ ଲମ୍ବା ସଡ଼କ ର୍ନିମାଣ କରାଯାଇଛି। ମାସିକ ମୁଣ୍ଡ ପିଛା ଉପଭୋକ୍ତା ବ୍ୟୟକୁ ଅନୁଧ୍ୟାନ କଲେ ୨୦୦୪-୦୫ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ଆର୍ଥିକ ବର୍ଷରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୮୮.୨% ରୁ ୬୯.୭%କୁ ହ୍ରାସ ପାଇଛି। ଏ କ୍ଷେତ୍ରରେ ବିହାର, ରାଜସ୍ଥାନ ଭଳି ରାଜ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପାରିବାରିକ ବଜେଟରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି ପାଇଥିବା ଏସବିଆଇ ରିପୋର୍ଟରେ କୁହାଯାଇଛି। ଏହା ୨୦୧୧-୧୨ ଆର୍ଥିକ ବର୍ଷରେ ୪୭.୪% ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୫୨.୯୬%କୁ ବୃଦ୍ଧି ପାଇଛି, ସହରାଞ୍ଚଳରେ ଏହା ୫୭.୩୮% ରୁ ୬୦.୩୨%କୁ ବୃଦ୍ଧି ପାଇଛି। ଏହା ଉପଭୋକ୍ତାଙ୍କ ମଧ୍ୟରେ ଆର୍ଥିକ ଦୃଢତାକୁ ଦର୍ଶାଉଛି,କାରଣ ସେମାନେ ମୌଳିକ ଆବଶ୍ୟକତା ବାଦ୍‌ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ବଳ ପାଇପାରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+