ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ଆରଜେଡି ପ୍ରାର୍ଥୀ
ପାଟନା : ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିପକ୍ଷ ଦଳର ନେତା ତେଜସ୍ୱୀ ଯାଦବ ଦୁହେଁ ଦୁହିଁକୁ ଟାର୍ଗେଟ୍ କରିଛନ୍ତି । ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିର ପ୍ରାର୍ଥୀ ବୀମା ଭାରତୀଙ୍କୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ।
ସେ କହିଛନ୍ତି ଯେ ଆମେ ତାଙ୍କୁ ସବୁ ଶିଖାଇଲୁ, ହେଲେ ସେ ଆମକୁ ଛାଡ଼ି ଚାଲିଗଲେ । ତେବେ ନୀତିଶଙ୍କର ଏହି କଥାକୁ ନେଇ ବୀମା ଭାରତୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମତେ ଜନତା ହିଁ ଏତେ ବାଟରେ ପହଞ୍ଚାଇଛନ୍ତି । ଅନ୍ୟପଟେ ତେଜସ୍ୱୀ ଯାଦବ ନୀତିଶଙ୍କ ଜନତା ଦଳ ଏବଂ ନୀତିଶଙ୍କ ଉପରେ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି ।

ସିଏମ୍ ନୀତୀଶ କୁମାରଙ୍କ ବିବୃତ୍ତିକୁ ପ୍ରତିହତ କରି ବିମା ଭାରତୀ କହିଛନ୍ତି ଯେ ସିଏମ୍ ରୁପାଲିକୁ ଆସି ମୋ ନାମନେଇ ମୋତେ ଅପମାନିତ କରିନ୍ତି । ସେ କହିଛନ୍ତି ଯେ ନିର୍ବାଚନ ରାଲିରେ ନୀତୀଶ କୁମାର ମୋତେ ଅପମାନିତ କରିଛନ୍ତି । ବିମା ଭାରତୀ କହିଛନ୍ତି ଯେ ନୀତୀଶ ଅତି ପଛୁଆ ଶ୍ରେଣୀର ଝିଅକୁ ହଇରାଣ କରିବା ଏବଂ ଅପମାନିତ କରିବା କାର୍ଯ୍ୟ କରିଥିଲେ ।
ସେ କୁହନ୍ତି ଯେ ଆମେ ବିମାଙ୍କୁ କହିବା ଏବଂ ପଢ଼ିବା ଶିଖାଇଥିଲୁ । ସେ କହିଥିଲେ ଯେ ତୁମେ ନୁହେଁ, ରୁପାଲିର ଲୋକମାନେ ମୋତେ ରୋଷେଇ ଘରରୁ ବାହାର କରି ମୋତେ ଜଣେ ବିଧାୟକ କରିଛନ୍ତି ଏବଂ ମୋତେ ବାହାରକୁ ଯାଇ କଥା ହେବାର ସୁଯୋଗ ଦେଇଛନ୍ତି ।












Click it and Unblock the Notifications