ଘରେ ରଖନ୍ତୁ ନାହିଁ ଏପରି ତୁଳସୀ ଗଛ, ହୋଇପାରେ....

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହିଁ ପବିତ୍ର ବୋଲି ବିବେଚନା କରାଯାଏ । ପ୍ରାୟତଃ କୁହାଯାଏ କି ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ନିଜେ ଶାଳଗ୍ରାମ ରୁପରେ ରହିଥାନ୍ତି । ବିଶ୍ୱାସ କରାଯାଏ ଯେ ତୁଳସୀ ଉଦ୍ଭିଦ ଥିବା ଘରୁ ନକାରାତ୍ମକତା ଦୃଷ୍ଟି ମଧ୍ୟ ଦୂର ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ରହିଥାଏ । ଏହି ପବିତ୍ର ଗଛଟି ଏବଂ ପତ୍ର ପ୍ରତ୍ୟେକ ଘରେ ଏବଂ ପୂଜାରେ ବ୍ୟବହୃତ ହୁଏ। ଏହା ସହ ଯେଉଁ ଘରେ, ମାତା ତୁଲସୀଙ୍କ ଅନୁଗ୍ରହ ରୁହେ ସେହି ଘରେ ଧନ ପ୍ରାପ୍ତ ହୁଏ । ତୁଳସୀ ଶରୀରକୁ ରୋଗ ସହ ଲଢିବା ପାଇଁ ମଧ୍ୟ ଶକ୍ତି ଦେଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ । ତେବେ ଜାଣନ୍ତୁ ଏହା କିପରି ହୋଇଥାଏ ।

କୁହାଯାଏ କି ଯେଉଁ ଦମ୍ପତିମାନେ ସନ୍ତାନର ସୁଖ ପାଇନାହାଁନ୍ତି, ସେମାନେ ତୁଳସୀଙ୍କୁ ପୂଜା କରିବା ଜରୁରୀ। ତୁଲସୀ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ପ୍ରଭୁ ବିଷ୍ଣୁ କେବଳ ତୁଲସୀ ପତ୍ର ଅର୍ପଣ କରି ପ୍ରସନ୍ନ ହୁଅନ୍ତି। ଏପରି ପରିସ୍ଥିତିରେ, ଯଦି ତୁଲସୀ ମାଆ ସନ୍ତୁଷ୍ଟ ହୁଅନ୍ତି, ତେବେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯାଏ। ତେବେ ତୁଳସୀ ପୂଜାରେ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍‌ ।

ଶାସ୍ତ୍ର ଅନୁଯାୟୀ, ବିଶେଷ ଦିନମାନଙ୍କରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ୍‌ । ରବିବାର, ଏକାଦାଶି, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଅନାବଶ୍ୟକ ତୁଳସୀ ପତ୍ର ଛିଢାଇଲେ ମା ଲକ୍ଷ୍ମୀ ରାଗିଥାନ୍ତି । ସନ୍ଧ୍ୟାରେ ତୁଳସୀ ଗଛ ତଳେ ଏକ ଦୀପ ଜାଳିଲେ ମା ଲକ୍ଷ୍ମୀ ଖୁସି ପ୍ରସନ୍ନ ହୁଅନ୍ତି । ତାଙ୍କ କୃପାରୁ ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହିଥାଏ । ଘରର ଅଙ୍ଗଣାରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ ।

tulsi tree

ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ନକାରାତ୍ମକ ଦୃଷ୍ଟି ଦୂର କରିବା ସହ ଘରେ ସବୁବେଳେ ଧନ ଲାଭ ହୋଇଥାଏ । କେବଳ ଏତିକି ନୁହେଁ ତୁଳସୀ ଗଛ ପରିବାରକୁ କୋପ ଦୃଷ୍ଟିରୁ ରକ୍ଷା କରିଥାଏ । ଘରେ ଶୁଖି ଯାଇଥିବା ତୁଳସୀ ଗଛକୁ ରଖିବା ଅଶୁଭ ବୋଲି କୁହାଯାଏ । ଯଦି ତୁଳସୀ ଗଛ ଘରେ ଶୁଖି ଯାଇଛି, ତେବେ ଏହାକୁ ଏକ ପବିତ୍ର ନଦୀ କିମ୍ବା ପୋଖରୀରେ ଭସାଇ ଦେବା ଉଚିତ୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+