ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଭାରତ ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ଅଭାବ ପରିଲକ୍ଷିତ ହେବାରେ ଲାଗିଛି। ଭାରତ ସରକାର ଇତିମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି କରିସାରିଛନ୍ତି। ଆଗକୁ ଗ୍ୟାସ ନ ମିଳିବା କିମ୍ବା ଏହାର ଅତ୍ୟଧିକ ମୂଲ୍ୟବୃଦ୍ଧି ଆଶଙ୍କା ଲୋକଙ୍କୁ ଚିନ୍ତାରେ ପକାଇଛି। ତେଣୁ ଲୋକେ ଆବଶ୍ୟକତା ନଥିବା ସତ୍ତ୍ବେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ଆରମ୍ଭ କରିସାରିଲେଣି। ଏହାକୁ ଦୃଷ୍ଟିରେ ରଖି ସରକାର ସିଲିଣ୍ଡର ବୁକିଂ ନିୟମରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକ୍ କରିବାର ୨୧ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକ୍ କରିବାର ନିୟମ ଥିଲା।

ବର୍ତ୍ତମାନ ଏହି ସମୟସୀମା୨୫ଦିନକୁ ବୃଦ୍ଧି କରାଯାଇଛି। ଜଣେ ବ୍ୟକ୍ତି ଗୋଟିଏ ସିଲିଣ୍ଡଠୟର ବୁକ୍ କରିବାର ୨୫ ଦିନ ପରେ ହିଁ ଦ୍ବିତୀୟ ସିଲିଣ୍ଡର ବୁକ୍ କରିପାରିବେ। ସିଲିଣ୍ଡର ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର ବାରମ୍ବାର ଜନସାଧାରଣଙ୍କୁ ସୂଚୀତ କରାଉଛନ୍ତି।












Click it and Unblock the Notifications