ଜୁଲାଇ ପହିଲାରୁ ଦେଶରେ ଅନେକ ନିୟମ ହେଲା ପରିବର୍ତ୍ତନ
Rule Change From 1st July: ଜୁଲାଇ ଆରମ୍ଭରୁ ଦେଶରେ ଅନେକ ନିୟମ ପରିବର୍ତ୍ତନ ହୋଇଯାଇଛି । ଆଜି 19 କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 31 ଟଙ୍କା ଶସ୍ତା ହୋଇଛି। ଏଥି ସହିତ ହିରୋ ମୋଟୋକର୍ପ ଗାଡିର ମୂଲ୍ୟ 1,500 ଟଙ୍କାକୁ ବୃଦ୍ଧି କରାଯାଇଛି। ମାସର ପ୍ରଥମ ଦିନରେ ଘଟିଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକ ସିଧାସଳଖ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ ।
RBI'ର ନୂଆ ନିୟମ ଅନୁସାରେ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ ଦେୟ ପ୍ରଦାନ କରାଯିବ, ଯାହା ଡିଜିଟାଲ୍ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ସେହିପରି ଟ୍ରାଇ ମୋବାଇଲ ନମ୍ବର ପୋର୍ଟେବିଲିଟ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅମୁସାରେ ଯଦି ଆପଣଙ୍କର ସିମକାର୍ଡ କୌଣସି କାରଣରୁ ନଷ୍ଟ ହୋଇଯାଏ ବା ହଜିଯାଏ ତେବେ ଆପଣ ୭ ଦିନ ପରେ ନୂଆ ସିମ୍ କାର୍ଡ ପାଇପାରିବେ ।

ଯଦି ଆପଣଙ୍କର ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଛି ଏବଂ ଆପଣ 3 ବର୍ଷ ଧରି କୌଣସି ଟ୍ରାନଜାକ୍ସନ କରିନାହାଁନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ।
ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ରିଚାର୍ଜ ମହଙ୍ଗା କରିବା ନେଇ ଘୋଷଣା କରାଯାଇଥିଲା । ଜୁଲାଇ 3 ରୁ ଜିଓ ଏବଂ ଏୟାରଟେଲ ଯୋଜନା ମହଙ୍ଗା ହେବ । ଭୋଡାଫୋନର ନୂତନ ଯୋଜନା ଜୁଲାଇ 4 ରୁ ମହଙ୍ଗା ହେବା ନେଇ ସୂଚନା ରହିଛି ।












Click it and Unblock the Notifications