ସଂସଦରେ ରୁଲ୍ ୨୬୭ ଓ ରୁଲ୍ ୧୭୬କୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ: ଜାଣନ୍ତୁ, କ’ଣ କହୁଛି ଏହି ରୁଲ୍ ?
ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ଆଲୋଚନାକୁ ନେଇ ରାଜ୍ୟସଭାରେ ବିଜେପି ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍ଦାର ବାକ୍ଯୁଦ୍ଧ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହନ୍ତୁ ବୋଲି ଖାର୍ଗେ ଦାବି କରିଥିବା ବେଳେ ବିରୋଧୀ ଦଳ ଶାସିତ ରାଜ୍ୟ ଗୁଡ଼ିକରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମଧ୍ୟ ଗୃହରେ ଆଲୋଚନା ହେଉ ବୋଲି ଗୋୟଲ କହିଥିଲେ ।

ତେବେ ରୁଲ୍ ୨୬୭ ଅନୁଯାୟୀ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ନୋଟିସ ଦେଇଥିବା ବେଳେ ସରକାର ଏଥିପାଇଁ ପ୍ରସ୍ତୁତ ନାହାନ୍ତି ବୋଲି ଖାର୍ଗେ କହିଥିଲେ । ଯାହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି ଆଉ ସଂସଦ ସରଗରମ ହୋଇଛି।
ରୁଲ୍ ୨୬୭ ଏବଂ ରୁଲ୍ ୧୭୬ କ'ଣ?
ସରକାର ବାରମ୍ବାର କହୁଛନ୍ତି ଯେ, ମଣିପୁର ପ୍ରସଙ୍ଗରେ ବିତର୍କ ପାଇଁ ପ୍ରସ୍ତୁତ । କିନ୍ତୁ ଏହି ପ୍ରସଙ୍ଗ ବିତର୍କର ନିୟମ ଉପରେ ଅଟକି ରହିଛି । ବିରୋଧୀ ଦଳ ଦାବି କରିଛନ୍ତି ଯେ, ରୁଲ୍ ୨୬୭ ଅନୁଯାୟୀ ଆଲୋଚନା ହେବା ଉଚିତ । ଏଥିପାଇଁ କୌଣସି ଅବଧି ରହିବ ନାହିଁ । ଏହା ପରେ ଭୋଟ୍ ଦେବାର ବ୍ୟବସ୍ଥା ରହିଛି । ରୁଲ ୧୭୬ ଅନୁଯାୟୀ ସରକାର ଏକ ବିତର୍କ ଚାହୁଁଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ସମୟର । ଯାହା ପରେ ଭୋଟ୍ ଗ୍ରହଣ ହେବ ନାହିଁ ।












Click it and Unblock the Notifications