ଧାରା 370କୁ ନେଇ ଜମ୍ମୁ କଶ୍ମୀର ବିଧାନସଭା ଗୃହରେ ହଟ୍ଟଗୋଳ
Jammu And Kashmir Assembly: ଗୁରୁବାର ଜମ୍ମୁ କଶ୍ମୀର ବିଧାନସଭାରେ ବହୁତ ଉତ୍ତେଜନା ପ୍ରକାଶ ପାଇଥିଲା । ଧାରା 370କୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହି ସମୟ ମଧ୍ୟରେ ପୋଷ୍ଟର ମଧ୍ୟ ଚିରି ବିବାଦ କରାଯାଇଥିଲା ବର୍ତ୍ତମାନ ଗୃହର ପ୍ରକ୍ରିୟା 20 ମିନିଟ୍ ପାଇଁ ସ୍ଥଗିତ ରଖାଯାଇଥିଲା। ତେବେ ଗୃହର ପ୍ରକ୍ରିୟା ପୁଣି ଥରେ ସକାଳ 10:20 ରେ ଆରମ୍ଭ କରାଯାଇଛି ।

ଲଙ୍ଗେଟ୍ ବିଧାୟକ ଶେଖ ଖୁରସିଦ ଗୃହରେ ପୋଷ୍ଟରେ ନେଇ ପହଞ୍ଚିଥିଲେ । ଯେଉଁଥିରେ ୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବ ଆଣିବା ସହ ତୁରନ୍ତ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଦାବି କରିଥିଲେ। ଏହି ପୋଷ୍ଟର ଦେଖି ବିଜେପି ବିଧାୟକମାନେ ରାଗିଯାଇ ତାଙ୍କ ହାତରୁ ପୋଷ୍ଟର ଛଡ଼ାଇ ନେଇଥିଲେ। ଏହି ସମୟ ମଧ୍ୟରେ ଉଭୟ ଦଳ ମଧ୍ୟ ଝଗଡ଼ା ସୃଷ୍ଟି ହୋଇଥିଲା । ବିଜେପି ବିଧାୟକମାନେ ଶେଖ ଖୁରସିଦଙ୍କ ହାତରୁ ପୋଷ୍ଟର ନେଇ ଏହାକୁ ଚିରି ଦେଇଥିଲେ।












Click it and Unblock the Notifications