ପିଏମ ମୋଦିଙ୍କୁ ଭେଟିବା ପୂର୍ବରୁ RT-PCR ପରୀକ୍ଷା ବାଧ୍ୟତାମୂଳକ!
ଏବେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରୁଥିବା ମନ୍ତ୍ରୀମାନଙ୍କୁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅଫିସିଆଲ କିଛି କୁହାଯାଇନାହିଁ । ଦେଶରେ କରୋନା ମାମଲା ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥାରେ ବୋଲି ଅନୁମାନ କରାଯାଉଛି ।

ଏକ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଆସୁଥିବା ମନ୍ତ୍ରୀମାନେ RT-PCR ପରୀକ୍ଷା କରିବାକୁ ହେବ । ବର୍ତ୍ତମାନ ଆଜି ସୁଦ୍ଧା ଦେଶରେ କରୋନା ସଂକ୍ରମିତ ମାମଲା ୭୧୨୧କୁ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୁଧବାର ଦିନ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୬ଟି ନୂଆ ମାମଲା ଏବଂ ଛଅଟି ମୃତ୍ୟୁ ରେକର୍ଡ ହୋଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୨୨୨୩ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି ।












Click it and Unblock the Notifications