ମୋହନ ଭାଗୱତଙ୍କ ବଡ଼ ବୟାନ, କହିଲେ ଭାରତରେ କେହି ବି ଅଣହିନ୍ଦୁ ନୁହନ୍ତି
ଭାରତରେ କେହି ବି ଅଣହିନ୍ଦୁ ନୁହନ୍ତି । ମାନ୍ୟତାରୁ ଉର୍ଦ୍ଧ୍ୱରେ ଥିବା ପ୍ରତିଟି ବ୍ୟକ୍ତି ହିନ୍ଦୁ ସଭ୍ୟତା ସହ ଜଡିତ ଏବଂ ଏହାର ବଂଶଜ ହିନ୍ଦୁ । ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆରଏସଏସର ଏକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି, ଆରଏସଏସ କେବେ ବି କ୍ଷମତା ପାଇଁ ଇଚ୍ଛା କରିନି । ହିନ୍ଦୁ ସମାଜକୁ ଏକତ୍ରିତ କରି ଭାରତ ମାତାର ଗୌରବକୁ ବଢାଇବା ପାଇଁ ସଂଘ ସର୍ବଦା ଉଦ୍ୟମ କରି ଆସିଛି ।

ଭାଗବତ କହିଛନ୍ତି, ଯେବେ ସଂଘ ରୂପେ ଏକା ସହ ଜୋର ଦିଆଯାଏ ତେବେ ଏହାର ଉଦ୍ଦେଶ୍ୟ କୌଣସି ରାଜନୈତିକ ଲାଭ ନୁହେଁ ବରଂ ଭାରତ ମାତା ପାଇଁ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବା । ଦିନ ଥିଲା ଲୋକେ ଆରଏସଏସର ଉଦ୍ଦେଶ୍ୟ ପ୍ରତି ସନ୍ଦେହ ହେଉଥିଲା, ମାତ୍ର ଏବେ ସେମାନେ ଠିକ୍ କଣ ବୁଝି ଗଲେଣି । ଏହି କାର୍ଯ୍ୟକ୍ରମରେ ଆରଏସଏସର ସାଧାରଣ ସଂପାଦକ ଦତ୍ତାତ୍ରେୟ ହୋସବାଲେ ଓ ଅନ୍ୟ ବଡ ପଦାଧିକାରୀ ଉପସ୍ଥିତ ଥିଲେ ।
ଭାଗବତ କହିଛନ୍ତି, ଇଂରେଜମାନେ ଆମକୁ ରାଷ୍ଟ୍ର କରି ନାହାନ୍ତି । ବରଂ ପ୍ରାଚୀନ ସମୟରୁ ଭାରତ ଏକ ରାଷ୍ଟ୍ର ଥିଲା । ସବୁ ଦେଶର ସଂସ୍କୃତି ରହିଥାଏ । ସେହିପରି ଭାରତର ସଂସ୍କୃତି ହେଉଛି ହିନ୍ଦୁ । ଆମର ପରିଚୟ ହିନ୍ଦୁରୁ ହୋଇଥାଏ । ସେ ମୁସଲମାନ ହୁଅନ୍ତୁ ବା ଖ୍ରୀଷ୍ଟିୟାନ ଆମେ ସମସ୍ତେ ଗୋଟିଏ ସଭ୍ୟତାରୁ ଉତ୍ପନ ହୋଇଛୁ ଏବଂ ଆମର ବଂଶଜ ଗୋଟିଏ । ବାସ୍ତବରେ ଭାରତରେ କେହି ଅଣହିନ୍ଦୁ ନାହାନ୍ତି । ମୁସଲିମ ଓ ଖ୍ରୀଷ୍ଟିୟାନଙ୍କୁ ମଧ୍ୟ ସେମାନର ମୂଳକୁ ଭୁଲାଇବା ପାଇଁ ପୂରା ପ୍ରୟାସ କରାଯାଇଛି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications