ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ, 'ବ୍ରାହ୍ମଣ ହେବା କୌଣସି ଯୋଗ୍ୟତା ନୁହେଁ'

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା ସତ୍ତ୍ୱେ ସଂଘ ତାଙ୍କୁ କାମ ଜାରି ରଖିବାକୁ କହିଛି। କିନ୍ତୁ ଯେତେବେଳେ ସଂଘ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେବ, ସେତେବେଳେ ସେ ତୁରନ୍ତ ତାହା କରିବେ। ପଦ ଛାଡ଼ିଲେ ହେଁ କାର୍ଯ୍ୟରୁ ସେ କେବେ ଅବସର ନେବେ ନାହିଁ। ଜାତି ନିର୍ବିଶେଷରେ ସଂଘର ନେତୃତ୍ୱ ନେଉଥିବା ବ୍ୟକ୍ତି ସର୍ବଦା ଜଣେ ହିନ୍ଦୁ ହେବେ। ସର୍ବୋଚ୍ଚ ପଦବୀ ସବୁଠାରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ହିଁ ଯିବ।

ଭାଗବତ କହିଛନ୍ତି, ମୋତେ ୭୫ ବର୍ଷ ପୁରିଛି। ଏନେଇ ସଂଘକୁ ସୂଚନା ଦେଇଥିଲି। କିନ୍ତୁ ସଂଘ ମୋତେ କାମ ଜାରି ରଖିବାକୁ କହିଛି। ସଂଘ ଯେତେବେଳେ ପଦ ଛାଡ଼ିବାକୁ କହିବ, ମୁଁ ତାହା କରିବି। କିନ୍ତୁ କାର୍ଯ୍ୟରୁ ସେବାନିବୃତ୍ତି ହେବ ନାହିଁ। ତେବେ ଆର୍‌ଏସ୍‌ଏସ୍‌ ମୁଖ୍ୟ ପଦ ପାଇଁ କୌଣସି ନିର୍ବାଚନ ହୁଏ ନାହିଁ। ପ୍ରାଦେଶିକ ଓ ମଣ୍ଡଳ ପ୍ରମୁଖମାନେ ଏହାର ନିଯୁକ୍ତି କରନ୍ତି। ସାଧାରଣତଃ ୭୫ ବର୍ଷ ପରେ କୌଣସି ପଦ ନ ରଖି କାମ କରିବାର ନିୟମ ରହିଛି।

mohan bhagawat

ଭାଗବତ ସ୍ପଷ୍ଟ କରିଛନ୍ତି ଯେ ସଂଘର ମୁଖ୍ୟ ସର୍ବଦା ହିନ୍ଦୁ ହିଁ ରହିବେ, ଜାତି ଯାହା ହେଉ ନା କାହିଁକି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର କିମ୍ବା ଅନୁସୂଚିତ ଜାତି/ଜନଜାତିର ବ୍ୟକ୍ତି ହେଲେ ମଧ୍ୟ ହେବ। କେବଳ ସର୍ବୋତ୍ତମ ଓ ଉପଲବ୍ଧ ଯୋଗ୍ୟ ହିନ୍ଦୁଙ୍କୁ ଏହି ପଦ ମିଳିବ। ସେ କହିଛନ୍ତି, ବ୍ରାହ୍ମଣ ହେବା ଯୋଗ୍ୟତା ନୁହେଁ, ଅନୁସୂଚିତ ଜାତି କିମ୍ବା ଜନଜାତିର ହେବା ଅଯୋଗ୍ୟତା ନୁହେଁ। ସଂଘରେ କାର୍ଯ୍ୟ ଆଧାରରେ ପଦୋନ୍ନତି ହୁଏ, ସମୁଦାୟ ଆଧାରରେ ନୁହେଁ। ସଂଘର ଆରମ୍ଭ ବ୍ରାହ୍ମଣ-ପ୍ରଧାନ ଅଞ୍ଚଳରେ ହୋଇଥିଲା କାରଣରୁ ପ୍ରାରମ୍ଭରେ ଅଧିକାଂଶ ପ୍ରତିଷ୍ଠାତା ବ୍ରାହ୍ମଣ ଥିଲେ। କିନ୍ତୁ ଏବେ ସମସ୍ତ ବର୍ଗର ପ୍ରତିନିଧିତ୍ୱ ରହିଛି। ଏହି ଘୋଷଣା ସଂଘର ସମାବେଶୀ ଓ ଯୋଗ୍ୟତା-ଆଧାରିତ ନେତୃତ୍ୱ ନୀତିକୁ ଆହୁରି ସ୍ପଷ୍ଟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+