ଜନସଂଖ୍ୟା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋହନ ଭାଗବତ; କହିଲେ ଦୁଇରୁ ତିନି ପିଲା ...
ଜନସଂଖ୍ୟା ହ୍ରାସ ନେଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଙ୍ଘଚାଳକ ମୋହନ ଭଗବତ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ । ଯଦି ଏହାଠାରୁ କମ ହୁଏ ତେବେ ଏହା ସମାଜ ପାଇଁ ଏକ ବଡ ବିପଦ । ଦୁଇରୁ ତିନି ପିଲା ରହିବା ଉଚିତ। ଏହା ଆବଶ୍ୟକ କାରଣ ସମାଜ ତିଷ୍ଠିବା ଉଚିତ ।
ଭାଗବତ ଆହୁରି କହିଛନ୍ତି ଯେ ଆଧୁନିକ ଜନସଂଖ୍ୟା ବିଜ୍ଞାନ କହୁଛି ଯେ ଯେତେବେଳେ ଏକ ସମାଜର ଜନସଂଖ୍ୟା (ପ୍ରଜନନ ହାର) ୨.୧ ତଳକୁ ଯାଏ, ସେତେବେଳେ ସମାଜ ପୃଥିବୀରୁ ଅଦୃଶ୍ୟ ହୋଇଯାଏ । ଏହିପରି ଅନେକ ଭାଷା ଏବଂ ସମାଜ ନଷ୍ଟ ହୋଇଯାଇଛି । ଜନସଂଖ୍ୟା ୨.୧ ତଳକୁ ଯିବା ଉଚିତ ନୁହେଁ । ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ରେ ସ୍ଥିର ହୋଇଥିଲା। କୌଣସି ସମାଜର ଜନସଂଖ୍ୟା ୨.୧ ରୁ କମ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ମୋହନ ଭଗବତଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ଭାଜପା ନେତା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା କଥା କହୁଛନ୍ତି। ସେମାନେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ବିଷୟରେ କହୁଛନ୍ତି । ହେଲେ ପ୍ରଜନନ ହାର ହ୍ରାସକୁ ନେଇ ଆରେଏସଏସ ମୁଖ୍ୟ ଭାଗବତ ଉଦବେଗ ପ୍ରକାଶ କରିଛନ୍ତି। କିଛି ମାସ ପୂର୍ବରୁ ରାଜସ୍ଥାନରୁ ଭାଜପା ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ବିଷୟରେ କହିଥିଲେ।
ହାୱାମହଲ (ଜୟପୁର) ଆସନରୁ ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ କହିଛନ୍ତି ଯେ ସନ୍ତୁଳନ ଏବଂ ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ଆବଶ୍ୟକ। ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଭାଜପା ବିଧାୟକଙ୍କ ଟାର୍ଗେଟ କରି ଆଖିଥିଲେ ଯେ ଜନସଂଖ୍ୟା ବୃଦ୍ଧି ବିକାଶର ବେଗରେ ବାଧା ସୃଷ୍ଟି କରୁଛି। ଚାରି ପତ୍ନୀ ଏବଂ ୩୬ ପିଲାଙ୍କୁ ଅନୁମତି ଦିଆଯାଇପାରିବ ନାହିଁ ।
ସ୍ବାଧୀନତା ପରେ ୧୯୫୦ ମସିହାରେ ଭାରତରେ ପ୍ରଜନନ ହାର ୬.୨ ଥିଲା, ଯାହା ୨.୧ ପ୍ରତିଶତକୁ ଖସି ଆସିଛି। ଯଦି ଏହା ଜାରି ରହେ ତେବେ ୨୦୫୦ ସୁଦ୍ଧା ଭାରତରେ ପ୍ରଜନନ ହାର ୧.୩ ହୋଇଯିବ।












Click it and Unblock the Notifications