୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆରଏସଏସର ସରସଂଘଚାଳକ ମୋହନ ଭାଗବତ; କଣ ରହିଛି କାର୍ଯ୍ୟକ୍ରମ ?
୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋହନ ଭାଗବତ । ୩ ଦିନିଆ ଗସ୍ତରେ ଆସି ୧୩ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ଭାଗବତ ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।

ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡ଼ିଶା ଆସୁଛନ୍ତି ଭାଗବତ । ୧୩ରେ ଭୁବନେଶ୍ୱରରେ ପହଞ୍ଚି ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ରେ ଅନୁଷ୍ଠିତ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ । ସନ୍ଧ୍ୟାରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେବେ ।












Click it and Unblock the Notifications