ଗୃହରେ ବିରୋଧୀଙ୍କ ହଙ୍ଗାମା, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି
RS Chairman Jagdeep Dhankhar leaves House: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସନ୍ତୋଷ ହୋଇ ଗୃହ ହୋଇ କକ୍ଷ ତ୍ୟାଗ କରିଛନ୍ତି । ଆଜି ରାଜ୍ୟସଭାରେ ଭିନେଶ ଫୋଗାଟଙ୍କ ପ୍ରସଙ୍ଗ ନେଇ ବିରୋଧୀ ହୋହଲ୍ଲା ଓ ନାରାବାଜି କରିଥିଲେ ଯାହା ପରେ ସେ ରାଗି ଯାଇଥିଲେ ଏବଂ ଚୌକି ଛାଡିବା ସହ କକ୍ଷ ତ୍ୟାଗ କରିଥିଲେ ।
ସୂଚନା ଅନୁସାରେ, ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ ଫୋଗାଟ୍ ପ୍ରସଙ୍ଗକୁ ଉଠାଇ ବିରୋଧି ହଙ୍ଗାମା କରିଥିଲେ । ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ହେଲେ ଜଗଦୀପ ଧନଖଡ଼ ଏକାକୁ ଅନୁମତି ଦେଇନଥିଲେ । ଯାହାକୁ ବିରୋଧ କରି ଟିଏମସି ସାଂସଦ ଡେରତ ଓବ୍ରାଇନ୍ ହଙ୍ଗାମା କରିବା ଆରମ୍ଭ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷଙ୍କ ଚେତାବନୀ ପରେ ମଧ୍ୟ ସେ ଚୁପ୍ ହୋଇନଥିଲେ ଏବଂ ସ୍ଲୋଗାନ୍ ଦେଇଥିଲେ ।
#WATCH | Opposition walks out from Rajya Sabha over the issue of Vinesh Phogat’s disqualification from the Paris Olympics
Rajya Sabha Chairman Jagdeep Dhankhar says,"...They (Opposition) think they are the only ones whose hearts are bleeding...The entire nation is in pain… pic.twitter.com/XTyrldhgla
— ANI (@ANI) August 8, 2024
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇ କହିଥିଲେ, ଭିନେଶ ଫୋଗାଟଙ୍କ ପାଇଁ ବର୍ତ୍ତମାନ ସାରା ଦେଶ ଦୁଃଖିତ ଅଛି । ଆମେ ତାଙ୍କୁ ସବୁ କିଛି ଦେବୁ ଯାହା ଜଣେ ପଦକ ବିଜେତାଙ୍କୁ ଦିଆଯାଇଥାଏ । ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । ହେଲେ ଆପଣ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରନ୍ତୁ ନାହିଁ । ଯାହା ପରେ କଂଗ୍ରେସ ଏବଂ ଟିଏମସି ନେତା ଗୃହ ତ୍ୟାଗ କରିଥିଲେ ।

ଯାହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଗି ଯାଇଥିଲେ । ସେ କହିଥିଲେ, ଏଠି ଯାହା ଘଟୁଠି ତାହା ଠିକ୍ ନୁହେଁ । ଏଠି ମୋତେ ନୁହେଁ ଚେୟାରମ୍ୟାନ ପଦକୁ ବିରୋଧୀ ଦଳ ନେତା ଅସମ୍ମାନ କରୁଛନ୍ତି । ଏପରିସ୍ଥିତିରେ ମୁଁ ଏହି ଚେୟାରରେ ବସିପାରିବି ନାହିଁ କହି ସେ କକ୍ଷ ତ୍ୟାଗ କରିଥିଲେ । ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବିରୋଧୀଙ୍କର ଏହି ବ୍ୟବହାରକୁ ନିନ୍ଦା କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications