୧୮ ହଜାର ଟପିବନି ଘରୋଇ ବିମାନ ଭଡା
ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଉଡ଼ାଣ କମ୍ପାନୀ ଉପରେ ରୋକ ଲଗାଯାଇଛି। ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନ କମ୍ପାନୀଗୁଡ଼ିକ ଅଧିକ ଶୁଳ୍କ ନେଇପାରିବେ ନାହିଁ। ୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବ ନାହିଁ ବୋଲି ବିମାନ କମ୍ପାନୀଗୁଡ଼ିକୁ ଅବଗତ କରାଯାଇଛି।
ଏପରିକି ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା ୧୮ ହଜାର ଟପିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ୫ ଶହରୁ ୧ ହଜାର କିମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର ଟଙ୍କା ରଖାଯାଇଛି। ସେହିପରି ୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର ଟଙ୍କା ରଖାଯାଇଥିବା ବେଳେ ୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଟଙ୍କା ଭିତରେ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

। ଏହି ସୀମା ବ୍ୟବସାୟ ଶ୍ରେଣୀ ଏବଂ ଉଡାନ ବିମାନ ପାଇଁ ପ୍ରଯୁଜ୍ୟ ନୁହେଁ। ଏନେଇ ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ନିର୍ଦ୍ଧାରିତ ଭଡ଼ା ସୀମାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ଯ୍ୟନ୍ତ ଏହି ସୀମା କାର୍ଯ୍ୟକାରୀ ହେବ। ବଜାରରେ ମୂଲ୍ୟ ଶୃଙ୍ଖଳା ବଜାୟ ରଖିବା, ଯାତ୍ରୀଙ୍କ ଶୋଷଣକୁ ରୋକିବା ଏବଂ ବରିଷ୍ଠ ନାଗରିକ, ଛାତ୍ର ଏବଂ ରୋଗୀଙ୍କ ସମେତ ଜରୁରୀ ଯାତ୍ରା କରିବାକୁ ଥିବା ନାଗରିକମାନଙ୍କୁ ଏହି ସମୟ ମଧ୍ୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ନ ହେବାକୁ ନିର୍ଦ୍ଦେଶନାମା ପ୍ରଦାନ କରାଯାଇଛି।












Click it and Unblock the Notifications