3,419 କୋଟିର ବିଜୁଳି ବିଲ ଦେଖି ବେହୋସ ଉପଭୋକ୍ତା, ଡାକ୍ତରଖାନାରେ ଭର୍ତ୍ତି
ଗ୍ବାଲିଅର ସହରର ଶିବ ବିହାର କଲୋନୀର ପ୍ରିୟଙ୍କା ଗୁପ୍ତାଙ୍କ ପରିବାର ସହ ଘଟିଛି ଏଭଳି କିଛି ଘଟଣା। ଜୁଲାଇ ମାସରେ ମୋଟା ଅଙ୍କର ବିଜୁଳି ବିଲ୍ ମିଳିଥିଲା। ବିଲ୍ ବାବଦକୁ 3,419 କୋଟି ଟଙ୍କା ପୈଠ କରିବାକୁ ରସିଦ ଆସିଥିଲା। ଏହା ଦେଖି ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ଲା
ଭୋପାଳ: ବିଜୁଳି ବିଲ୍ ସାଧାରଣତଃ ହଜାର ଦୁଇ ହଜାର ସାଧାରଣ ବର୍ଗଙ୍କର ଆସିଥିବା ଆପଣ ଜାଣିଥିବେ । ବେଶୀରୁ ବେଶୀ 5ରୁ 6 ହଜାର ହୋଇଥିବ । କିନ୍ତୁ ନିକଟରେ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଘଟିଛି ଏଭଳି ଘଟଣା ।

ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଏହି ପରିବାରକୁ ଏଭଳି ପରିସ୍ଥିତି ଭୋଗିବାକୁ ପଡିଛି ବୋଲି ଗୁପ୍ତା ପରିବାର ଅଭିଯୋଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ କମ୍ପାନୀ ଏଥିପାଇଁ "ମାନବୀୟ ତ୍ରୁଟି"କୁ ଦାୟୀ କରିଛି। ପରବର୍ତ୍ତୀ ସମୟରେ ପ୍ରିୟଙ୍କାଙ୍କ ପରିବାରକୁ 1300 ଟଙ୍କାର ଏକ ସଠିକ ବିଲ୍ ଜାରି କରାଯାଇଛି ।
ସେପଟେ ବିଦ୍ୟୁତ୍ କମ୍ପାନୀର ଜେନେରାଲ୍ ମ୍ୟାନେଜର ନୀତିନ ମଙ୍ଗଲିକ୍ ବିଦ୍ୟୁତ୍ ବିଲ୍ ପାଇଁ ମାନବୀୟ ତ୍ରୁଟିକୁ ଦାୟୀ କରିଛନ୍ତି । ଏଥିସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ କହିଛନ୍ତି ।












Click it and Unblock the Notifications