ମନ୍ଦିର ଦାନ ବାକ୍ସରୁ ମିଳିଲା ୮ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍
Rs 2,000 Notes in Temple Donation Box: ଦେଶରେ ଖୁବଶୀଘ୍ର ଅଚଳ ହେବାକୁ ଯାଉଛି ୨ ହଜାର ଟଙ୍କିଆ ନୋଟ୍ । ତେବେ ଏହି ଖବର ଆସିବା ପରେ ଆଜି ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ ।
ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାର ମା ଜୱାଲା ଦେବୀ ମନ୍ଦିର ପରିସରରେ ଲାଗିଥିବା ଏକ ଦାନ ବାକ୍ସରେ ୮ ଲକ୍ଷ ଟଙ୍କା ମୂଲ୍ୟର ଚାରି ଶହଟି ୨ ହଜାର ଟଙ୍କିଆ ନୋଟ୍ ମିଳିଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାରେ ମନ୍ଦିରର ଜୁନିଅର ଇଞ୍ଜିନିୟର ସୁରେଶ କୁମାର କହିଛନ୍ତି ଯେ, ଅନେକ ଭକ୍ତ ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି ଏବଂ ପ୍ରାୟତଃ ଅନେକ ଲୋକ ଏପରି ଦାନ କରିଥାନ୍ତି । ଦାନ ବାକ୍ସରେ ସମସ୍ତ ଅର୍ଥ ମନ୍ଦିରରେ ଭକ୍ତମାନଙ୍କ ସୁବିଧା ସୁଧାରିବା ପାଇଁ ଖର୍ଚ୍ଚ ହେବ । ସେହିପରି କଙ୍ଗରାର ଡେପୁଟି କମିଶନର ନିପୁନ୍ ଜିନ୍ଦଲ କହିଛନ୍ତି ଯେ, ଏ ବିଷୟରେ ଏଯାଏଁ କୌଣସି ସୂଚନା ମିଳିପାରି ନାହିଁ । ଏହି ଟଙ୍କା କିଏ ଦେଇଛି ଓ କାହିଁକି ଦେଇଛି ।
ଉଲ୍ଲେଖଥାଉ କି, ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ମେ ୧୯ତାରିଖରେ ଘୋଷଣା କରିଥିଲା ଆରବିଆଇ । ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଆଉ ଛପା ହେବ ନାହିଁ ୨ ହଜାର ଟଙ୍କିଆ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ । ଆସନ୍ତା ସେପପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି । ଆଜିଠୁ ଦେଶର ସମସ୍ତ ବ୍ୟାଙ୍କରେ ନୋଟ୍ ବଦଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।












Click it and Unblock the Notifications