ନ୍ୟାସନାଲ ହେରାଲ୍ଡ ମାମଲା: ଗାନ୍ଧି ପରିବାର ଉପରେ ଇଡିର ବଡ଼ ବୟାନ, ଏତିକି କୋଟି......

ନ୍ୟାସନାଲ ହେରାଲ୍ଡ ମାମଲାରେ ଅଭିଯୁକ୍ତ ସୋନିଆ ଓ ରାହୁଲ ଗାନ୍ଧୀ ୧୪୨ କୋଟି ଟଙ୍କା ଆୟ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦିଲ୍ଲୀର ଏକ ଅଦାଲତକୁ କହିଛି। ଫେଡେରାଲ ଏଜେନ୍ସି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି ଯେ ନଭେମ୍ବର ୨୦୨୩ରେ ଇଡି ନ୍ୟାସନାଲ ହେରାଲ୍ଡ ସହ ଜଡିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଅପରାଧର ଆୟ ଉପଭୋଗ କରିଆସୁଥିଲେ।

ଇଡି ଆହୁରି ଦାବି କରିଛି ଯେ ଗାନ୍ଧୀ ପରିବାର କେବଳ ଅପରାଧର ଆୟ ହାସଲ କରିବା ସମୟରେ ମନି ଲଣ୍ଡରିଂ କରିନାହାନ୍ତି ବରଂ ସେଥିରୁ ଆୟ ଜାରି ରଖିଛନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାର, ସାମ୍ ପିତ୍ରୋଡ଼ା, ସୁମନ ଦୁବେ ଓ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି ବୋଲି ଇଡି ଦର୍ଶାଇଛି। ଏହି ସମୟରେ ବିଚାରପତି ଅଭିଯୋଗକାରୀ ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଏହାର ନକଲ ପ୍ରଦାନ କରିବାକୁ ଫେଡେରାଲ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।

Rahul

୨୦୨୧ରେ ତଦନ୍ତ ଆରମ୍ଭ କରିଥିବା ଇଡି ନିକଟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ସୂଚନାଯୋଗ୍ୟ, ୨୦୧୨ରେ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଦ୍ବାରା ନ୍ୟାସନାଲ ହେରାଲ୍‌ଡକୁ ନେଇ ପ୍ରଥମେ ଅଭିଯୋଗ ଦାଖଲ ହୋଇଥିଲା। ତେବେ ଇଡି ୨୦୧୪ରେ ପିଏମ୍ଏଲ୍ଏ ଅଧୀନରେ ମାମଲାର ତଦନ୍ତ ଆରମ୍ଭ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+