ପହଲଗାମ ଆକ୍ରମଣର ମୁଖ୍ୟ ଆକ୍ରମଣକାରୀକୁ ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା
ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।ସୂଚନାନୁଯାୟୀ, ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡଯନ୍ତ୍ର କରିଥିବା ନେଇ ଏନଆଇଏ ପାଖରେ ପକ୍କା ପ୍ରମାଣ ରହିଛି । ପାକିସ୍ତାନରେ ରହୁଥିବା ଲସ୍କର-ଏ-ତୋଇବା କମାଣ୍ଡର ସାଜିଦ୍ ଭଟ୍ଟ ଏହି ଆକ୍ରମଣର ମୁଖ୍ୟ ନାୟକ ଥିଲା । ସେ ପାକିସ୍ତାନରେ ରହି ଆକ୍ରମଣ ପରିଚାଳନା କରୁଥିଲା ।

ତାକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଆକ୍ରମଣ କରିଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଫୈସଲ, ହବିବ ଓ ହାମଜ ନାଁ ଚାର୍ଜସିଟରେ ଅଛି । ଜୁଲାଇ ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ଏମାନେ ନିହତ ହୋଇଛନ୍ତି । ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ଆତଙ୍କବାଦୀ ୨୫ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ମମ ହତ୍ୟା କରିଥିଲେ ।
ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ ଦାଖଲ ହୋଇଛି । ପାକ୍ ଆତଙ୍କବାଦୀ ସଂଗଠନ ସହ ପାଞ୍ଚଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ । ପାକିସ୍ତାନର ଦୁଇ ଆତଙ୍କବାଦୀ ସଂଗଠନ ଲସ୍କର- ଏ- ତୋଏବା ଓ ଦି ରେଜିଷ୍ଟାନସ ଫ୍ରଣ୍ଟ ନାଁ ଚାର୍ଜସିଟରେ ରହିଛି ।
ଲସ୍କର ଓ ଟିଆରଏଫ ଆତଙ୍କବାଦୀ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀ । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ଲସ୍କରର ଟପ କମାଣ୍ଡର ସାଜିଦ ଭଟ୍ଟର ରହିଥିଲା । ଏଥିରେ ତାକୁ ସହାୟତା କରିଥିବା ଅଭିଯୋଗରେ ୫ଜଣଙ୍କ ନାଁ ଚାର୍ଜସିଟରେ ରହିଛି । ପହଲଗାମ ଆକ୍ରମଣ ନେଇ ୧୫ଶହ ୯୭ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଆକ୍ରମଣ ପାଇଁ ପାକିସ୍ତାନରେ ଯୋଜନା କରାଯାଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications