୭୦ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ମେଳା । ୭୦ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ଦେଇଛନ୍ତି ମୋଦି । ଆଜି ଦେଶର ୪୩ଟି ସ୍ଥାନରେ ଆୟୋଜିତ ହୋଇଯାଇଛି ରୋଜଗାର ମେଳା ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିନ କିରି ପ୍ରଧାନମନ୍ତ୍ରୀ କହିଛନ୍ତି , ଏହି ରୋଜଗାର ମେଳା ଏନଡିଏ ଏବଂ ବିଜେପି ସରକାରଙ୍କ ନୂଆ ପରିଚୟ ପାଲଟିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଖୁସି ଯେ ବିଜେପି ସରକାର ଏପରି ନିଯୁକ୍ତି ମେଳାର ଆୟୋଜନ କରିପାରୁଛି । ଯେଉଁ ମାନେ ସରକାରୀ ଚାକିରି କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଜୋଗ ।

ସେ ଆହୁରି କହିଛନ୍ତି, ଆସନ୍ତା ୨୫ ବର୍ଷ ମଧ୍ୟରେ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମୁଦ୍ରା ଯୋଜନା କୋଟି କୋଟି ଯୁବକଙ୍କୁ ସାହାଯ୍ୟ କରିଛି । ସେହିପରି ଷ୍ଟାର୍ଟ ଅପ୍ ଇଣ୍ତିଆର ସଫଳତା ବଖାଣିଛନ୍ତି ମୋଦି । ସରକାରଙ୍କ ସହାୟତା ପାଇଥିବା ଯୁବବର୍ଗ ଆଜି ଅନେକ ଲୋକଙ୍କୁ ଚାକିରି ଯୋଗାଉଛନ୍ତି । ଏପରି ସ୍ଥିତିରେ ଭାରତ ନିଜ ଅର୍ଥନୀତିକୁ ଆହୁରି ମଜବୁତ କରିବା ଦିଗରେ ଆଗକୁ ବଢୁଛି ।
ଆର୍ଥିକ ସେବା, ଡାକ ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ବିଭାଗରେ ଯୋଗ ଦେବେ ଦେଶର ଅନେକ ଯୁବକ ଯୁବତୀ ।












Click it and Unblock the Notifications