୫୧ ହଜାର ଯୁବକ-ଯୁବତୀଙ୍କୁ ମିଳିଲା ସରକାରୀ ଚାକିରି, ନିଯୁକ୍ତିପତ୍ର ଦେଲେ ପ୍ରଧାନମନ୍ତ୍ରୀ

Rozgar Mela: ଦେଶର ଯୁବଗୋଷ୍ଟୀକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ଭିଡିଓ କନଫରେନ୍ସିଂ ମାଧ୍ୟମରେ 51 ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି । ନିଯୁକ୍ତି ମେଳାରେ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ଏହି ନିଯୁକ୍ତି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜାଦୀର ଏହି ଅମୃତକାଳରେ ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ଦେଶର ସେବା କରିବା ସହ ନାଗରିକ ମାନଙ୍କ ରକ୍ଷା ମଧ୍ୟ କରିବେ । ତେଣୁ ନବ ନିଯୁକ୍ତି ଯୁବବର୍ଗ ହେଉଛନ୍ତି ଅମୃତକାଳର ଜନ ଓ ଅମୃତ ରକ୍ଷକ ।

pm modi

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆମେ ସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରିଛୁ। ବର୍ତ୍ତମାନ ଆବେଦନ ଠାରୁ ଚୟନ ପର୍ଯ୍ୟନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏଥର ଏପରି ସ୍ଥିତିରେ ଚାକିରି ମେଳା ଆୟୋଜିତ ହେଉଛି ଯେତେବେଳେ ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । କାରଣ ଆମର ଚନ୍ଦ୍ରଯାନ ଏବଂ ଏହାର ରୋଭର ପ୍ରଜ୍ଞାନ୍ କ୍ରମାଗତ ଭାବରେ ଚନ୍ଦ୍ରରୁ ଐତିହାସିକ ଫଟୋ ପଠାଉଛି ।

ଖାଦ୍ୟ ଠାରୁ ଫାର୍ମା, ସ୍ପେସ୍ ଠାରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଆଗକୁ ଦେଶ ଆଗକୁ ବଢିବା ସହ ଅର୍ଥନୀତିରେ ମଧ୍ୟ ବଡ଼ ପରିବର୍ତ୍ତନ ହେଉଛି । ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ପିଏମ୍ ମୋଦି । ତେବେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା 9 ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଗାଁ ଏବଂ ଗରିବଙ୍କ ଆର୍ଥିକ ସଶକ୍ତିକରଣ ତଥା ରୋଜଗାର ସୃଷ୍ଟିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ।

ସେହିପରି ଆଜି ପ୍ରଧାନମନ୍ତ୍ରୀ ମୋଦି ୟୁପିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦିନ ଥିଲା ଉତ୍ତରପ୍ରଦେଶ ଅପରାଧ ପାଇଁ ବେଶ୍ ଜଣାଶୁଣା ଥିଲା, କିନ୍ତୁ ଆଜି ଆଇନ ଶୃଙ୍ଖଳା ପ୍ରତିଷ୍ଠା ପରେ ଆଜି ପୁଞ୍ଜି ବିନିଯୋଗ ପାଇଁ ଜଣାଯାଉଛି । ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଇଥିଲା । ଯେଉଁଥିରେ ୫୧ ହଜାର ଯୁବବର୍ଗଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରୋଜଗାର ମେଳା ମାଧ୍ୟମରେ ୫ ଲକ୍ଷ ଯୁବକ-ଯୁବତୀଙ୍କୁ ସରକରା ଚାକିରି ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+