ଭୁବନେଶ୍ୱରରେ ରୋଜଗାର ମେଳା ଆୟୋଜିତ ;୨୫୮ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଯୋଜନାର ନିଯୁକ୍ତିପତ୍ର ବିତରଣ କରିଛନ୍ତି । ଏହିକ୍ରମରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଏକ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ମାଲହୋତ୍ରା ୨୫୮ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକ୍ରମେ ୨୦୨୨ ଠାରୁ ଆରମ୍ଭ ହୋଇଥିବା ରୋଜଗାର ମେଳାଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇସାରିଛି । ଆଜି ପଞ୍ଚଦଶ ରୋଜଗାର ମେଳା ଆୟୋଜନ କରାଯାଉଛି । ସେ ଆହୁରି କହିଥିଲେ, ମୋଦୀଜୀଙ୍କ ସୁଶାସନ ଏବଂ ଦୂରଦୃଷ୍ଟି କାରଣରୁ ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର ଦେଢ଼ଗୁଣ ଅଧିକ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ନୀତିରେ ପାରଦର୍ଶିତା ଆସିଛି । ସୁଶାସନର ଅନେକ ନୂଆ ମାନଦଣ୍ଡ ପ୍ରତିଷ୍ଠା ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅନେକ ପ୍ରଗତି ହୋଇଛି । ଆଜି ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତାହାର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ । ଯୁବବର୍ଗ ଓ ମହିଳାଙ୍କ ସ୍ୱପ୍ନ ଶିଖର ଛୁଇଁଛି ଏବଂ ସେମାନଙ୍କର ଆକାଂକ୍ଷା ପୂରଣ ହେଉଛି । ଦେଶରେ ଆସିଥିବା ବ୍ୟାପକ ପରିବର୍ତ୍ତନ କାରଣରୁ ଦେଶର ନାଗରିକଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ମିଳିପାରୁଛି । ଗାଁ ଲୋକମାନେ ମଧ୍ୟ ଆଜି ଡିଜିଟାଲ ସେବାର ଲାଭ ପାଇପାରୁଛନ୍ତି । ଦେଶର ଯୁବବର୍ଗ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

Rozgar Mela organized at Bhubaneswar

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଲହୋତ୍ରା ଆହୁରି କହିଥିଲେ, ସରକାରୀ କର୍ମଚାରୀମାନଙ୍କୁ କର୍ମଯୋଗୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ କର୍ମଯୋଗୀ ଏବଂ ଆଇ-ଗଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ୧୪ଶହରୁ ଅଧିକ ପାଠ୍ୟକ୍ରମ ରହିଛି । ଏସବୁ ପାଠ୍ୟକ୍ରମ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ସହାୟତା ଲାଭ କରିବା ସହିତ ନିଜ ଦକ୍ଷତାରେ ସୁଧାର ଆଣିପାରୁଛନ୍ତି । ଏବେ ସୁଦ୍ଧା ୧କୋଟିରୁ ଅଧିକ କର୍ମଚାରୀ ଏସବୁ ପାଠ୍ୟକ୍ରମର ଲାଭ ଉଠାଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ସିଜିଏସଟି ଏବଂ ସୀମାଶୁଳ୍କ, ଭୁବନେଶ୍ୱର ପ୍ରାନ୍ତ ମୁଖ୍ୟ ଆୟୁକ୍ତ ଶ୍ରୀ ଏମ.ଏସ. ରେଡ୍ଡୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର, ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମୁଖ୍ୟ ଡାକପାଳ ନିର୍ମଳଜିତ ସିଂଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+