ଚନ୍ଦ୍ରରେ ଗାତ ଦେଖି ବାଟ ବଦଳାଇଲା ରୋଭର୍ ପ୍ରଜ୍ଞାନ
Rover Pragyan: ଭାରତର ମହାକାଶ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଚନ୍ଦ୍ରଯାନ-୩ ଅଭିଯାନର ଅଂଶ ବିଶେଷ ରହିଥିବା ପ୍ରଜ୍ଞାନ ରୋଭର ନିଜର ପ୍ରଥମ ଚନ୍ଦ୍ର ପ୍ରତିବନ୍ଧକକୁ ସଫଳତାର ସହ ମୁକାବିଲା କରିଛି । ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା ।
ରୋଭରରେ ଉନ୍ନତ ମାନର ସେନସର ସିଷ୍ଟମ ଲାଗିଥିବାରୁ ଏହା ଗର୍ତ୍ତରେ ପଡ଼ିବାରୁ ବର୍ତ୍ତିଯାଇଛି ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠରେ ଗଡ଼ିବା ବେଳେ ରୋଭର ଏହି ଗର୍ତ୍ତର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନ ଯେଉଁ ବାଟ ଦେଇ ଯାଉଥିଲା ସେହିଠାରୁ ୩ ମିଟର ଆଗରେ ଏକ ଗର୍ତ୍ତ ଥିବା ଜାଣିବାକୁ ପାଇଥିଲା । ଆଗକୁ ୪ ମିଟର ବ୍ୟାସ ବିଶିଷ୍ଟ ଏକ ଗର୍ତ୍ତ ଥିବା ଜାଣିବାକୁ ପାଇଥିଲା ରୋଭର । ପରେ ଏହା ଦିଗ ପରିବର୍ତ୍ତନ କରି ଅନ୍ୟ ରାସ୍ତା ବାଛିଥିଲା ।

ଇସ୍ରୋ ପ୍ରଜ୍ଞାନର ବାଟ ଓ ତା' ସାମ୍ନାରେ ପଡ଼ିଥିବା ଗାତ ସମ୍ପର୍କରେ ଫଟୋ ଜାରି କରିଛି । ପ୍ରଜ୍ଞାନ ଆଉ ୧୦ ଦିନ ଯାଏ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ । ଯେଉଁ ଲକ୍ଷ୍ୟ ନେଇ ପ୍ରଜ୍ଞାନ ଚନ୍ଦ୍ରକୁ ଯାଇଛି, ତା' ମଧ୍ୟରୁ ୨ଟି ପୂରଣ କରି ସାରିଲାଣି । ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକଙ୍କ ପରୀକ୍ଷଣ ଜାରି ରହିଛି । ଚନ୍ଦ୍ରଯାନ-୩ ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି ।
ତେବେ ପ୍ରଜ୍ଞାନ ରୋଭରର ଗତିବିଧି ସମ୍ପୂର୍ଣ୍ଣ ସ୍ୱୟଂଶାସିତ ନୁହେଁ । ଏହା ବେଙ୍ଗାଲୁରୁରୁ ନିୟନ୍ତ୍ରିତ ହୋଇଥାଏ ଏବଂ ପ୍ରତ୍ୟେକ ପଦକ୍ଷେପ ପାଇଁ ସତର୍କ ଯୋଜନା ଏବଂ କାର୍ଯ୍ୟକାରିତା ଆବଶ୍ୟକ, ଯେଉଁଥିରେ ଅନେକ ପଦକ୍ଷେପ ଅନ୍ତର୍ଭୁକ୍ତ । ରିପୋର୍ଟ ଅନୁଯାୟୀ, ଡିଜିଟାଲ ଏଲିଭେସନ୍ ମଡେଲ୍ (ଡିଇଏମ୍) ଉତ୍ପାଦନ ପାଇଁ ପ୍ରତ୍ୟେକ ରୁଟ୍ ପ୍ଲାନିଂ ପାଇଁ ଅନବୋର୍ଡ ନେଭିଗେସନ୍ କ୍ୟାମେରା ଡାଟା ଗ୍ରାଉଣ୍ଡକୁ ଡାଉନ୍ ଲୋଡ୍ କରିବାକୁ ପଡ଼ିବ। ତା'ପରେ, ଗ୍ରାଉଣ୍ଡ ଏବଂ ମେକାନିଜିମ୍ ଟିମ୍ ସ୍ଥିର କରନ୍ତି ଯେ ରୋଭରକୁ ଅନୁସରଣ କରିବା ପାଇଁ କେଉଁ କମାଣ୍ଡ ଦେଇ କେଉଁ ମାର୍ଗ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବେ ଏବଂ କେଉଁ କମାଣ୍ଡ ଅପଲିଙ୍କ୍ କରିବେ ।
Chandrayaan-3 Mission:
On August 27, 2023, the Rover came across a 4-meter diameter crater positioned 3 meters ahead of its location.
The Rover was commanded to retrace the path.It's now safely heading on a new path.#Chandrayaan_3#Ch3 pic.twitter.com/QfOmqDYvSF
— ISRO (@isro) August 28, 2023
ଅନ୍ୟପଟେ ଜହ୍ନର ତାପମାତ୍ରା ମାପିଛି ବିକ୍ରମ। ଜହ୍ନମାଟିରେ ଗଭୀରତା ବଢ଼ିବା ସହ ତାପମାତ୍ରା ବି କିଭଳି ବଦଳୁଛି, ତାର ଗ୍ରାଫ୍ ଜାରି କରିଛି ଇସ୍ରୋ । ବିକ୍ରମର ଅବତରଣ ସ୍ଥଳ 'ପଏଣ୍ଟ ଶିବଶକ୍ତି'ରେ ଜହ୍ନର ମାଟି ଭିତରକୁ ୧୦ ସେଣ୍ଟିମିଟର ପଶି ଏହା ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ କରିଛି । ପ୍ରଥମ ଥର ପାଇଁ ଭାରତ ହାତରେ ଲାଗିଛି ଦକ୍ଷିଣ ମେରୁରେ ଲୁନାର୍ ଟପ୍ ସଏଲ୍ ବା ଚନ୍ଦ୍ରର ଉପରମାଟିର ଟେମ୍ପରେଚର୍ ପ୍ରୋଫାଇଲ୍ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications