Get Updates
Get notified of breaking news, exclusive insights, and must-see stories!

ସିସୋଦିଆଙ୍କୁ ପୁଣି ଥରେ ଲାଗିଲା ବଡ଼ ଝଟକା, କୋର୍ଟ ୩ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇଲେ ନ୍ୟାୟିକ ହେପାଜତ୍‌

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁନର୍ତତ ମାମଲାରେ ଶୁକ୍ରବାର ଦିନ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନାହିଁ । ଏହି ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ରେ ମଧ୍ୟ କୋର୍ଟରେ ଅନୁଷ୍ଠିତ ହେବ ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଆପ୍ ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ସଞ୍ଜୟ ସିଂ ଏବଂ କେ କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର କପି ଅଭିଯୁକ୍ତଙ୍କୁ ଦେବାକୁ ରାଉସ୍ ଆଭେନ୍ୟୁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

manish sisodia

ସୂଚନାଯୋଗ୍ୟ, ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ସଜା କାଟୁଛନ୍ତି । ଗତ ବର୍ଷ ୨୬ ଫେବୃଆରୀ ୨୦୨୩ ରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କ ର ଜାମିନ ନେଇ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ । ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବରୁ ମନୀଷଙ୍କ ନ୍ୟାୟିକ ହେପାଜତକୁ ଅନେକ ଥର ବୃଦ୍ଧି କରିସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+