ହଠାତ୍ ଭୁଶୁଡି ଛାତ, ଚାଲିଗଲା ଗୋଟିଏ ପରିବାରର ୩ ନାବାଳକଙ୍କ ସମେତ ୫ ଜଣଙ୍କ ଜୀବନ
ବିହାରର ପାଟନାରେ ବଡ ଅଘଟଣ । ରବିବାର ହଠାତ୍ ଘରର ଛାତ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ ସମ୍ପୂର୍ଣ୍ଣ ପରିବାର ଭଗ୍ନାବଶେଷରେ ପୋତି ହୋଇଯାଇଥିଲା । ଗୋଟିଏ ପରିବାରର ୩ ନାବାଳକଙ୍କ ସମେତ ୫ ଜଣ ଆଖି ବୁଜିଛନ୍ତି । କୁହାଯାଉଛି କି ଇନ୍ଦିରା ଆବାସ ଯୋଜନା ଅଧୀନରେ ହୋଇଥିଲା ଘର ।

ପାଟନାର ଦାନାପୁର ଦିଆର ଅଞ୍ଚଳରର ମାନସ ଗାଁରେ ଘଟିଛି । ଗତକାଲି ଏଠାରେ ଏକ ଘରର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ମହମ୍ମଦ ବବଲୁଙ୍କ ପରିବାର ଏହି ଘରେ ରହୁଥିଲେ। ସେମାନେ ସମସ୍ତେ ବିଳମ୍ଵିତ ରାତିରେ ଶୋଇଥିବା ବେଳେ ଛାତର ଏକ ବଡ଼ ଅଂଶ ସେମାନଙ୍କ ଉପରେ ପଡ଼ିଗଲା। ଯାହାଫଳରେ ସେମାନେ ସେଥିରେ ପୋତି ହୋଇଯାଇଥିଲେ । ଭୁଶୁଡ଼ିବା ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା, କିନ୍ତୁ ଆହତମାନଙ୍କୁ ଧ୍ୱଂସାବଶେଷ ତଳୁ ବାହାର କରିବା ପର୍ଯ୍ୟନ୍ତ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ପ୍ରାଥମିକ ପରୀକ୍ଷା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଲୋକମାନେ କହିଛନ୍ତି ଘରଟି ବହୁତ ପୁରୁଣା ଥିଲା। ବର୍ଷା ଯୋଗୁଁ ଛାତ ଖରାପ ହେବା ସହ କାନ୍ଥର ମୂଳଦୁଆ ଦୁର୍ବଳ ହୋଇଯାଇଥିଲା। ପରିବାର ଆର୍ଥିକ ସ୍ଥିତି ଠିକ୍ ନଥିଲା । ତେଣୁ ସେମାନେ ମରାମତି କରିବାକୁ ଅସମର୍ଥ ଥିଲେ।












Click it and Unblock the Notifications