ବର୍ଷାରେ ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ; ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ୪ ଗୁରୁତର, ଏକାଧିକ କାର ନଷ୍ଟ
ବର୍ଷାରେ ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ । ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ୪ ଗୁରୁତର, ଏକାଧିକ କାର ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ବିମାନ ବନ୍ଦରର ଛାତ ଟର୍ମିନାଲ ୧ରେ ଏକ ଗାଡି ଉପରେ ପଡିଯାଇଥିଲା।
ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡି ପଡିଛି । ୩ଟି ଫାୟାର ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଛି ।
ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତଟି ଭୁଶୁଡ଼ି ପଡ଼ିଥିଲା। ଼ଛାତ ଭଗ୍ନାଂବଶେଷ ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍ ଉପରେ ପଡ଼ିଥିଲା। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଭିତରେ ଚାପି ହୋଇଯାଇଥିଲା। ସେହି ସମୟରେ କାର୍ରେ ଲୋକ ମଧ୍ୟ ଥିଲେ। ଅଗ୍ନିଶମ ବିହାନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ କାର୍ ଭିତରୁ ଉଦ୍ଧାର କରିଥିଲେ ।
ଉଦ୍ଧାର କାର୍ଯ୍ୟରେ ୩ଟି ଦମ କଳବାହିନୀ ନିୟୋଜିତ ହୋଇଛନ୍ତି । ଅଘଟଣ ପରେ ଅନ୍ୟପକ୍ଷରେ ଟର୍ମିନାଲ-୧କୁ ସାମୟିକ ପାଇଁବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି ।
ଅଘଟଣ ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ୱିଟ୍ କରି କହିଛନ୍ତି, ମୁଁ ନିଜେ ଏହି ଘଟଣାର ମନିଟରିଂ କରୁଛି । ଯେଉଁ ବିମାନଯାତ୍ରୀମାନେ ଟର୍ମିନାଲ ୱାନରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ସହଯୋଗ କରାଯାଇଛି। ଏଥିସହ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଥିଲା। ଫଳରେ ଯାତାୟତ କରିବାରେ ଅସୁବିଧା ହୋଇଥିଲା।












Click it and Unblock the Notifications