ରାଜନୀତିରେ ପାଦ ଥାପିବେ କି ରୋହିତ? ଜାଣନ୍ତୁ କାହିଁକି ବଢ଼ିଲା ଏଭଳି ଚର୍ଚ୍ଚା.....
ନିକଟରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ରୋହିତ ଶର୍ମୀ । ଅବସର ନେବାର କିଛି ଦିନ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ରୋହିତ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଏକ୍ସରେ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମୋର ସରକାରୀ ବାସଭବନ ଭର୍ଷାରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସ୍ବାଗତ ଓ ସାକ୍ଷାତ କରି କଥାବାର୍ତ୍ତା ହେବା ମୋତେ ବହୁତ ଭଲ ଲାଗିଲା । ଟେଷ୍ଟ କ୍ରିକେଟରୁ ଅବସର ଓ ତାଙ୍କର ପରବର୍ତ୍ତୀ ଅଧ୍ୟାୟ ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।
ଟି-୨୦ ଫର୍ମାଟରୁ ଅବସର ନେଇଥିବା କ୍ରିକେଟର ରୋହିତ ଶର୍ମା ଏବେ ଟେଷ୍ଟ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି । ଅବସର ନେବା ପରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସରକାରୀ ବାସଭବନରେ ଯାଇ ତାଙ୍କୁ ଦେଖା କରିଛନ୍ତି । ଏହି ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରୋହିତ କ'ଣ ରାଜନୀତିରେ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କି ?

ଆଜିକା ଦିନରେ କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତି କରିବା କିଛି ନୂଆ କଥା ନାହିଁ । ବହୁ କ୍ରିକେଟର ଅବସର ନେବା ପରେ ରାଜନୀତି କରୁଛନ୍ତି । ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଠାରୁ ଆରମ୍ଭ କରି ବିନୋଦ କାମ୍ବଲି ଓ ନବଜୋତ ସିଂ ସିଦ୍ଧୁ ପର୍ୟ୍ୟନ୍ତ ବହୁ କ୍ରିକେଟର ରାଜନୀତିରେ ପାଦ ଦେଇଛନ୍ତି । ତେବେ ଆଗକୁ ରୋହିତ ରାଜନୀତିରେ ପାଦ ଥାପୁଛନ୍ତି କି? ନାହିଁ ତାହା ଦେଖିବାକୁ ବାକି ରହିଲା ।
୭ ମଇରେ ୩୮ ବର୍ଷୀୟ ରୋହିତ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଗତ ବର୍ଷ ଟି-୨୦ ଇଣ୍ଟରନ୍ୟାସନାଲରୁ ମଧ୍ୟ ଅବସର ଘୋଷଣା କରିଥିଲେ। ଏବେ ରୋହିତ କେବଳ ଭାରତ ପାଇ ଓ୍ବାନଡେ ମ୍ୟାଚ୍ ଖେଳିବେ। ରୋହିତ ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିଲେ, ସମସ୍ତଙ୍କୁ ନମସ୍କାର, ମୁଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ଦେଉଛି। ହ୍ବାଇଟ ବଲ ଜର୍ସିରେ ନିଜ ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ସମ୍ମାନର କଥା। ଚଳିତ ବର୍ଷ ମିଳିଥିବା ଭଲ ପାଇବା ଓ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ମୁଁ ଓ୍ବାନଡେ ଫର୍ମାଟରେ ଭାରତର ପ୍ରତିନିଧିତ୍ବ କରିବା ଜାରି ରଖିବି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications