ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍: ଜାଣନ୍ତୁ କଣ ରହିଛି ଦର
ରୋଶ୍ ଇଣ୍ଡିଆ ଓ ସିପ୍ଲା ପକ୍ଷରୁ ଏକ ଆଣ୍ଟିବଡି କକଟେଲ୍ ଲଞ୍ଚ କରିଥିବା ଘୋଷଣା କରିଛନ୍ତି। ଯାହାର ମୂଲ୍ୟ ୫୯ ହଜାର ୭୫୦ ଟଙ୍କା ରହିଛି
ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ସ୍ଥିତି ଗମ୍ଭୀର। ଏହାସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ତେବେ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍ ୨-ଡିଜିର ଶୁଭାରମ୍ଭ କରିଥିଲେ। କରୋନା ଲଢ଼େଇ ପାଇଁ ଏହା ବରଦାନ ସଦୃଶ ବୋଲି କୁହାଯାଉଛି। ପ୍ରମୁଖ ଔଷଧ ନିର୍ମାଣକାରୀ ସଂସ୍ଥା ରୋଶ୍ ଇଣ୍ଡିଆ ଓ ସିପ୍ଲା ପକ୍ଷରୁ ଏକ ଆଣ୍ଟିବଡି କକଟେଲ୍ ଲଞ୍ଚ କରିଥିବା ଘୋଷଣା କରିଛନ୍ତି। ଯାହାର ମୂଲ୍ୟ ୫୯ ହଜାର ୭୫୦ ଟଙ୍କା ରହିଛି। ଏହି ଔଷଧ କୋଭିଡ୍ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।













Click it and Unblock the Notifications