'ସାଂସଦ ପାଇଁ ଯୋଗ୍ୟ ନୁହଁନ୍ତି କଙ୍ଗନା'

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଶନିବାର ଭାଜପା ଏମପି କଙ୍ଗନା ରାନାୱତଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। କୃଷକଙ୍କ ଉପରେ ନିକଟରେ ଦେଇଥିବା ବିବୃତି ପାଇଁ ବର୍ଷିଛନ୍ତି ରୋବର୍ଟ । ସେ କହିଛନ୍ତି ଯେ, କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ ।

କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଏଥିସହ ମହିଳାଙ୍କ ସୁରକ୍ଷା ଦିଗରେ ସମସ୍ତେ ଏକାଠି ହେବାକୁ ଭଦ୍ରା ଅପିଲ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ରବର୍ଟ ଭଦ୍ରା କହିଛନ୍ତି।

Kangana Ranaut

ତେବେ କହି ରଖୁଛୁ କି, କୃଷକଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ନିଜର ବିବୃତ୍ତିରେ କହିଥିଲେ କି, ଯଦି ଦେଶରେ ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି । ପ୍ରକାଶ ଥାଉକି, ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ 'ଏମରଜେନ୍ସି' । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+