ବନ୍ଧୁକ ମୁନରେ ଲୁଟିନେଲେ ୨୫ କୋଟି ଟଙ୍କାର ଗହଣା
ଆଜିକାଲି ଚୋରି ଏବଂ ଡକାୟତି ମାମଲା ପ୍ରତିଦିନ ଘଟୁଛି। ଏହାରି ମଧ୍ୟରେ ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଏହି ଘଟଣାଟି ବିହାରର ଟାଉନ ଥାନା ଅନ୍ତର୍ଗତ ଗୋପାଲୀ ଚୌକ ସ୍ଥିତ ତନିଷ୍କ ଅଳଙ୍କାର ଶୋରୁମରେ ପଶି ଦିନ ଦ୍ୱିପ୍ରହରରେ ଡକାୟତି କରିଛନ୍ତି।
୭ ଜଣ ସଶସ୍ତ୍ର ଦୁର୍ବୃତ୍ତ ଗ୍ରାହକ ହୋଇ ଟାଉନ ଥାନା ଗୋପାଲୀ ଚୌକସ୍ଥିତ ତନିସ୍କ ସୋ' ରୁମରେ ପଶି ୨୫ କୋଟି ଟଙ୍କାର ସୁନାଗହଣା ଲୁଟି ନେଇ ପଳାଇଛନ୍ତି। ଷ୍ଟୋର ମ୍ୟାନେଜର ମୃତ୍ୟୁଞ୍ଜୟ କୁମାର ସ୍ୱର୍ଣ୍ଣାଳଙ୍କର ସୋ ରୁମ କାଉଣ୍ଟରରେ ରଖାଯାଉଥିବା ବେଳେ ଦୁର୍ବୃତ୍ତ ପହଞ୍ଚି ଲୁଟପାଟ କରିଥିବା କହିଛନ୍ତି। ମାତ୍ର ୯-୧୦ ମିନିଟ୍ ଭିତରେ ଏହି କାଣ୍ଡ ଘଟିଯାଇଥିବା ବେଳେ ଆଖପାଖରେ ଥିବା ଲୋକଙ୍କୁ ସାମାନ୍ୟତମ ଆଭାସ ମଧ୍ୟ ମିଳିନାହିଁ।

ସୋ ରୁମ ଲୁଟପାଟ ପାଇଁ ମାତ୍ର ୭ ଜଣ ଦୁର୍ବୃତ୍ତ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେବଳ ମୁହଁ ଘୋଡାଇ ରଖିଥିଲା। ବାକି ସମସ୍ତେ ଗ୍ରାହକ ଭାବେ ସୋରୁମକୁ ଆସିଥିଲେ। ଦୁର୍ବୃତ୍ତ ବନ୍ଧୁକ ମୁନରେ ଏହି ଲୁଟପାଟ କରିଛନ୍ତି। ଭୋଜପୁର ପୋଲିସ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏଥିସହ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।












Click it and Unblock the Notifications