ଦୈନିକ ୧୦୦ କିଲୋମିଟର ହାରରେ ରାଜପଥ ନିର୍ମାଣ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି:କେନ୍ଦ୍ର ମନ୍ତ୍ରୀ
କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଦେଶରେ ଭିତ୍ତିଭୂମିର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ଆଜି ପ୍ରକାଶ କରିଛନ୍ତି । ଦୈନିକ ୧୦୦ କିଲୋମିଟର ହାରରେ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ନିଖିଳ ଭାରତ ପରିଚାଳନା ସଂଘ ଏ.ଆଇ.ଏମ୍.ଏ.ର ଦଶମ ଜାତୀୟ ନେତୃତ୍ୱ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି, ଆସନ୍ତା ୧୮ ମାସ ମଧ୍ୟରେ ଦେଶର ସଡ଼କ ଭିତ୍ତିଭୂମି ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ମଧ୍ୟଅଧିକ ରହିବ ।












Click it and Unblock the Notifications