ନିୟନ୍ତ୍ରଣ ହରାଇ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ଜଣ ଯାତ୍ରୀଙ୍କ ଜୀବନ
ରାଜସ୍ଥାନ ଯୋଧପୁର ପରେ ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜୟପୁରର ହରମନ ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଡମ୍ପର ୩୦ରୁ ୪୦ ଗାଡି ଉପରେ ଚଢିଯାଇଛି । ଫଳରେ ୧୯ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ଏହି ସଂଖ୍ୟା ବଢିପାରେ । ତେବେ ବ୍ରେକ ଫେଲ୍ ହୋଇଥିବାରୁ ଏଭଳି ଘଟଣା ଘଟିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବ୍ରେକ ଫେଲ୍ ହେବା ପରେ ଡମ୍ପର ୪୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ସ୍ଥାନୀୟ ହସପିଟାଲରେ ହେଉଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଯେଉଁସବୁ ଗାଡ଼ିକ ଡମ୍ପର ଧକ୍କା ଦେଇଛି, ସେମାନଙ୍କ ମଧ୍ୟରେ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ଏବଂ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ରାଜସ୍ଥାନର ଯୋଧପୁରରେ ସୁରସାଗର ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ବିକାନେରର କୋଲାୟତ ଦର୍ଶନ ପାଇଁ ଯାଇଥିଲା । ଦର୍ଶନ ପରେ ଫେରିବା ବେଳେ ମତୋଡା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଫଳରେ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ବସ୍ ରାସ୍ତାକଡ଼ରେ ଠିଆହୋଇ ଥିବା ଏକ ଟ୍ରେଲରରେ ଯାଇ ଧକ୍କା ହୋଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications