ଭୟଙ୍କର ସଡ଼କ ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ
Accident News: ରାଜସ୍ଥାନରେ ସଡ଼କ ଦୁର୍ଘଟଣା କମିବାର ନାଁ ନେଉ ନାହିଁ । ଆଜି ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳ ରାଜସ୍ଥାନର ଭରତପୁରଠାରେ ଗୁଜୁରଟରୁ ୟୁପି ଯାଉଥିବାବେଳେ ଜୟପୁର-ଆଗ୍ରା ଏନଏଚ୍ ନିକଟରେ ଏକ ଯାତ୍ରୀବାହୀ ବସ ଉପରେ ମାଡ଼ି ଯାଇଥିଲା ଟ୍ରକ୍ ।
ରାଜସ୍ଥାନର ଭରତପୁରରେ ଘଟିଥିବା ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅନ୍ତରା ପ୍ଲାଏଓଭର ନିକଟରେ ଇନ୍ଧନ ସରିଯିବା କାରଣରୁ ସେଠାରେ ବସଟି ଅଟକି ରହିଥିଲା । ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଗାଡ଼ିରୁ ଓହ୍ଲାଇ ଫ୍ଲାଏଓଭର ନିକଟରେ ଛିଡା ହୋଇଥିଲେ ଏହି ସମୟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ୫ ଜଣ ପୁରୁଷ ଥିବା ନେଇ ପୋଲିସ ସୂଚନା ଦେଇଛି । ଆଜି ପ୍ରାୟ ସକାଳ ୪.୩୦ରେ ଏପରି ଘଟଣା ଘଟିଥିବା ନେଇ ସୂଚନା ରହିଛି ।












Click it and Unblock the Notifications