କାର୍ ଉପରେ ଓଲଟିଲା ଟ୍ରକ, ୬ ମୃତ
ବିଳମ୍ବିତ ରାତିରେ ରାଜସ୍ଥାନର ବିକାନେର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । କାରକୁ ଟ୍ରକ ଓଭରଟେକ କରିବା ସମୟରେ ଦୁର୍ଘଟଣା ଘଟିଥିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରେ ଯୋଗଦେଇ କାରରେ ଲୋକମାନେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ରାଜସ୍ଥାନର ବିକାନେର ଜିଲ୍ଲାରେ ମଙ୍ଗଳବାର କୋଇଲା ଭର୍ତ୍ତି ଏକ ଟ୍ରକ କାର ଉପରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ କାରରେ ଥିବା ଲୋକମାନେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ମେସିନକୁ ଡାକି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ କାରରେ ବସିଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତଦେହ ବାହାରକୁ ଅଣାଯାଇଥିଲା । ସମସ୍ତ ମୃତ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ ।ଡିସିପି ରାମେଶ୍ବର ସହାରଣଙ୍କ ଅନୁସାରେ, ଦୁର୍ଘଟଣା ଦେଶନୋକ ଓଭରବ୍ରିଜରେ ହୋଇଛି । ନୋଖାରୁ ବିକାନେର ଆସୁଥିବା ଏକ ଟ୍ରକ କାର୍ ଉପରେ ଓଲଟି ପଡିଥିଲା । କାରରେ ଥିବା ସମସ୍ତ ଲୋକଙ୍କର ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଓଭର ଟେକିଂ ଯୋଗୁଁ ହୋଇଥିବା ଜଣାପଡିଛି ।












Click it and Unblock the Notifications