ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଭୟଙ୍କର ସଡ଼କ ଦୁର୍ଘଟଣା; ଗଲାଣି 14 ଜଣଙ୍କ ପ୍ରାଣ

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଭେଲାଦୁରଟି ମଣ୍ଡଳର ମଦର ପୁରାମ ଗ୍ରାମ ନିକଟରେ ଜାତୀୟ ରାଜପଥ 44 ରେ ଏକ ସଡ଼କ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ବିଶାଖାପାଟନା: ଆଜି (ରବିବାର) ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଭେଲାଦୁରଟି ମଣ୍ଡଳର ମଦର ପୁରାମ ଗ୍ରାମ ନିକଟରେ ଜାତୀୟ ରାଜପଥ 44 ରେ ଏକ ସଡ଼କ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସର ସୂଚନାନୁସାରେ, ଚିତ୍ତୋର ଜିଲ୍ଲାର ମଦନପାଲ୍ ଅଞ୍ଚଳର ଏକ ମିନି ଭ୍ୟାନ୍‌ ଏକ ଟ୍ରକ୍‌ରେ ପିଟି ହୋଇଥିଲା।

ଆନ୍ଧ୍ରପ୍ରଦେଶ ସଡ଼କ ଦୁର୍ଘଟଣା

ରବିବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା। କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଭ୍ୟାନ୍‌ଟି ଦ୍ରୁତ ଗତିରେ ଯାଉଥିଲା ଓ ଭାରସାମ୍ୟ ହରାଇ ଟ୍ରକ୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ 8 ଜଣ ମହିଳା, 5 ପୁରୁଷ ଏବଂ ଜଣେ ଶିଶୁଙ୍କ ସମେତ 14 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଶିଶୁଙ୍କ ସମେତ 4ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ଆହତ ଯାତ୍ରୀମାନଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଫସି ରହିଥିବା ମିନି ଭ୍ୟାନ୍ ବାହାର କରିବା ପାଇଁ କ୍ରେନ୍ ବ୍ୟବହାର କରିଯାଉଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+