ଭୟଙ୍କର ସଡ଼କ ଦୁର୍ଘଟଣା: ମହାକୁମ୍ଭରୁ ଫେରିବା ସମୟରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ
Accident News: ରବିବାର ବିଳମ୍ବିତ ରାତିରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, କାରରେ ଥିବା ଲୋକମାନେ ମହାକୁମ୍ଭରୁ ବୁଡ଼ ପକାଇ ଦିଲ୍ଲୀ ଫେରୁଥିବା ସମୟରେ କାରଟି ନିୟନ୍ତ୍ରଣ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।ମୃତକଙ୍କ ଘର ବିହାରର ମୋତିହାରୀର ।

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସବ ମୃତ ଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି।ଏହି ଦୁର୍ଘଟଣାରେ କାରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି । କାରରେ ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ପିଲା ସମେତ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଥିଲେ। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ମହାକୁମ୍ଭରେ ସ୍ନାନ କରିବା ପରେ ଦିଲ୍ଲୀ ଫେରୁଥିଲେ ।












Click it and Unblock the Notifications