ଆରଜେଡିର ବଡ଼ ଯୋଜନା,ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ିବେ ତେଜସ୍ୱୀ!
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନଭେମ୍ବର ୬ ଏବଂ ୧୧ ରେ ଭୋଟ୍ ଗ୍ରହଣ ସହ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇବ। ଏହି ପରିପ୍ରେକ୍ଷୀରେ ଆରେଜଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧୁବନି ଜିଲାର ଦୁଇଟି ଆସନ ଯଥା ରାଘୋପୁର ଓ ଫୁଲପରାସରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡିଛି।
ରାଘୋପୁର ଆରଜେଡିର ଦୁର୍ଗ କୁହାଯାଉଥିବାବେଳେ ଗତ ନିର୍ବାଚନରେ ଫୁଲପରାସ ଆସନରୁ ଜେଡିୟୁର ଶୀଲା କୁମାରୀ ବିଜୟୀ ହୋଇଥିଲେ। ୨୦୨୦ ନିର୍ବାଚନରେ ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ ଏକକ ବୃହତ୍ତମ ଦଳର ମାନ୍ୟତାଲାଭ କରିଥିଲା।

ଏହି ନିର୍ବାଚନରେ ଏନଡିଏ ୧୨୫ ଏବଂ କଂଗ୍ରେସ-ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ ୧୧୦ ଆସନ ହାତେଇଥିଲେ। ଅନ୍ୟ କେତେକ ଆସନରେ ଆରଜେଡି ପ୍ରାର୍ଥୀ ସ୍ବଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେବାରୁ ଏନଡିଏ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା। ଏଥର ଦରଭଙ୍ଗା, ସମସ୍ତିପୁର ଏବଂ ମଧୁବନିକୁ ନେଇ ଗଠିତ ମିଥିଳାଞ୍ଚଳରେ ଆରଜେଡି ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।












Click it and Unblock the Notifications