ଏମ୍ଏଲ୍ସି ନିର୍ବାଚନ ଲଢ଼ିବେ ରାବ୍ରି ଦେବୀ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଜନତା ଦଳ ଅର୍ଥାତ୍ ଆରଜେଡି ତାହାର ବିଧାନ ପରିଷଦ ଯଥା ଏମଏଲସି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ମାତା ରାବ୍ରି ଦେବୀଙ୍କ ନାମ ରହିଛି । ଏହି ତାଲିକାରେ ଅବଦୁଲ ବରୀ ସିଦ୍ଦିକିଙ୍କ ନାମ ମଧ୍ୟ ରହିଛି ।
ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍ଏଲ୍ସି) ନିର୍ବାଚନ ଲାଗି ଆରଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ ଡା. ଉର୍ମିଳା ଠାକୁର, ଶଶି ଯାଦବ(ସିପିଆଇ-ଏମ୍ଏଲ୍) ଏବଂ ଫୈଶଲ ଅଲି ପ୍ରମୁଖ ଅଛନ୍ତି ।

ଏମଏଲ୍ସି ନିର୍ବାଚନର ନାମାଙ୍କନ ଲାଗି ମାର୍ଚ୍ଚ ୧୧ ହେଉଛି ଶେଷ ତାରିଖ । ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି ବିଧାନସଭାର ୨୧ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ । ଏମିତିରେ ସଂଖ୍ୟାବଳ ଅନୁଯାୟୀ ଏନ୍ଡିଏ ୬ ଆସନରେ ଜିତୁଥିବା ଜଣାପଡ଼ିଛି । ମେଣ୍ଟର ୫ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି ।
ବିହାର ବିଧାନସଭା ସଦସ୍ୟମାନେ ୨୧ ମାର୍ଚ୍ଚରେ ଭୋଟ ଦେବେ । କିନ୍ତୁ ଭୋଟ ଗଣନା ୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ତେବେ ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ପାଇଁ ବିଧାନସଭାର ୨୧ ଜଣ ସଦସ୍ୟଙ୍କ ସମର୍ଥନ ଏବଂ ଭୋଟ ଆବଶ୍ୟକ । ବିହାର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ଏନଡିଏ ପ୍ରାର୍ଥୀମାନେ ୬ଟି ସିଟ ଏବଂ ପାଞ୍ଚଟି ଆସନରେ ମେଣ୍ଟ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି ।












Click it and Unblock the Notifications